ନୂତନ ଟ୍ରାଫିକ୍ ନିୟମକୁ ନେଇ ହଠାତ ଲୋକଙ୍କ ଉପରେ ପୋଲିସର ଜୁଲମକୁ ସାଧାରଣରେ ସହଜରେ ଗ୍ରହଣ ହୋଇପାରୁନାହିଁ। ଅତିଷ୍ଠ ହୋଇ ଲୋକେ ଶେଷରେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହୋଇଛନ୍ତି। ଯାଞ୍ଚ ବେଳେ ପାତରଅନ୍ତର କରାଯାଉଥିବା ଅଭିଯୋଗ କରି ଶନିବାର ଦିନ ରାଜଧାନୀ ଭୁବନେଶ୍ୱରରେ ପୋଲିସକୁ ଘେରିଥିଲେ ଲୋକେ। ଫଳରେ ଭୁବନେଶ୍ୱର-କଟକ ପୁଲିସ କମିଶନର୍ ସୁଧାଂଶୁ ଷଡ଼ଙ୍ଗୀ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରି ଶେଷରେ ବଡ଼ ଘୋଷଣା କରିଛନ୍ତି। ପୁଲିସ କମିଶନର୍ ସ୍ପଷ୍ଟ ଭାବେ କହିଛନ୍ତି, ଏବେ ଇନସୁରାନ୍ସ ଓ ପ୍ରଦୂଷଣ ତନଖି କରା ଯିବନାହିଁ। ଏମିତିକି ୧ହଜାର ଟଙ୍କା ଜାଗାରେ ୫ଶହ ଟଙ୍କା ଜରିମାନା ଆଦାୟ କରାଯାଉଛି। ଏବେ କେବଳ ୫ଟି ନିୟମ ଉଲ୍ଲଂଘନକୁ ତନଖି କରାଯାଉଛି। ଯେଉଁ ୫ଟି ନିୟମ ଉଲଘଂନ କଲେ ହିଁ ଫାଇନ କଟାଯିବ ବୋଲି କମିସନର କହିଛନ୍ତି। ଯେଉଁମାନଙ୍କ ନିକଟରେ ଆବଶ୍ୟକୀୟ ଡକ୍ୟୁମେଣ୍ଟ ନାହିଁ ସେମାନଙ୍କୁ ମାସେରୁ ଦୁଇ ମାସ ସୁଯୋଗ ଦିଆଯାଉଛି, ଏହା ଭିତରେ ସେମାନେ ସମସ୍ତେ କାଗଜପତ୍ର ଯୋଗାଡ଼ କରି ନିଅନ୍ତୁ। କାରଣ ଏହା ପରେ ଆଇନକୁ କଡ଼ା କଡ଼ି କରାଯିବ ବୋଲି ପୋଲିସ କମିଶନର୍ କହିଛନ୍ତି।
ଜାଣନ୍ତୁ ଏବେ କେଉଁ କେଉଁ ନିୟମ ଉଲଘଂନ କଲେ ପୋଲିସ ଫାଇନ୍ କାଟିବ ବୋଲି ପୋଲିସ କମିଶନର୍ ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି …
1. ମଦ ପିଇ ଗାଡ଼ି ଚଳାଉଥିଲେ
2. ବାଇକରେ ହେଲମେଟ କିମ୍ବା କାର୍’ରେ ସିଟ୍ ବେଲ୍ଡ ପିନ୍ଧି ନଥିଲେ
3 ବାଇକ୍ରେ ତିନି ଜଣ ବସି ଗଲେ
୪. ଗାଡ଼ି ଚଳାଇବା ବେଳେ ମୋବାଇଲ୍ରେ ଗପୁଥିଲେ
୫. ରାସ୍ତାର ଭୁଲ ଦିଗରେ ଗଲେ