ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ହ୍ରାସ ଯୋଗୁ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ମଧ୍ୟ ହ୍ରାସ ହୋଇଛି। ପେଟ୍ରୋଲ ଓ ଡିଜେଲ ଦରରେ 2ଟଙ୍କୁ ଅଧିକ ଦାମ କମିଛି। ସଂଶୋଧିତ ଦର ବୁଧବାର ସକାଳ ୬ଟାରୁ ସାରା ଦେଶରେ ଲାଗୁ ହୋଇଛି। ପେଟ୍ରୋଲ ୨ଟଙ୍କା ୬୯ପଇସା କମି ପ୍ରତି ଲିଟର ୭୦.୨୦ ରହିଛି ।ସେହିପରି ଡିଜେଲ ଦାମ୍ ୨ଟଙ୍କା ୩୩ ପଇସା କମି ୬୩.୦୧ରେ ରହିଛି। ସୋମବାର ଦିନ ଅଶୋଧିତ ତୈଳ ଦର ଅନ୍ତର୍ଜାତୀୟ ବଜାରରେ ୩୧ ପ୍ରତିଶତ ହ୍ରାସ ପାଇଛି। ଏହାଦ୍ୱାର ଭାରତକୁ ବିତ୍ତିୟ ଲାଭ ହେବାର ସମ୍ଭାବନା ଦେଖାଦେଇଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳଦର ହ୍ରାସ ପାଇବା ପରେ ଭାରତର ବିଭିନ୍ନ ସହରରେ ହ୍ରାସ ପାଇଛି ତୈଳ ଦର। ତୈଳ୍ୟ ଦର କମିବା ପରେ ଗ୍ରାହକଙ୍କୁ ଆଶ୍ୱସ୍ତି ମିଳିଛି। କୁହାଯାଉଛି ସାଉଦି ଆରବ ଓ ଋଷିଆର ସମ୍ପର୍କରେ ସୃଷ୍ଟି ହୋଇଥିବା ଫାଟ ତୈଳ୍ୟ ଦର କମିବାର କାରଣ ହୋଇପାରେ। ଏହାସହ କରୋନା ଭାଇରସ ମଧ୍ୟ ଏକ କାରଣ ହୋଇପାରେ ବୋଲି କୁହାଯାଉଛି।