ପିଆଜ ପରେ ଏବେ ଗ୍ରାହକଙ୍କ ଉପରେ ଆଳୁ ଦର ବୃଦ୍ଧି ଚଡ଼କ । ରାଜ୍ୟରେ ଏବେ ଆଳୁ ଦରରେ ବୃଦ୍ଧି ବୃଦ୍ଧି ଘଟିଛି। ପିଆଜ ଦର ଧିରେ ଧିରେ ଖସୁଥିବା ବେଳେ ଆଳୁ ଦର ବଢି କିଲୋ ପିଛା ୩୦ ଟପିଲାଣି। ଆଳୁ ଦର ବୃଦ୍ଧିକୁ ନେଇ ଖାଉଟି ଏବେ ହନ୍ତସନ୍ତ ହେଉଛନ୍ତି । ପଶ୍ଚିମବଙ୍ଗରୁ ଆଳୁ ଅଣାଯାଇ ରାଜ୍ୟର ଆଳୁ ଚାହିଦା ପୂରଣ କରାଯାଇଥାଏ। ହେଲେ ବର୍ତ୍ତମାନ ପଶ୍ଚିମବଙ୍ଗରେ ପୁରୁଣା ଆଳୁ କମ ରହିଥିବା ବେଳେ ବର୍ଷା ଯୋଗୁଁ ନୂଆ ଆଳୁ ଖୋଳିବା ସମ୍ଭବ ହେଉନାହିଁ । ସେହି କାରଣରୁ ଓଡ଼ିଶାରେ ଆଳୁ ଦର ବଢିଥିବା ସୂଚନା ମିଳିଛି । ଆଳୁ ଦର ଆହୁରି ବୃଦ୍ଧି ହୋଇପାରେ ବୋଲି ବ୍ୟବସାୟୀମାନେ ଅନୁମାନ କରୁଛନ୍ତି। କବେଳ ଆଳୁ ନୁହେଁ ବଜାରରେ ପରିବା ଦର ଆକାଶ ଛୁଆଁ। କୌଣସି ପରିବା 50 ତଳକୁ ମିଳୁନି। ଏହି ସମୟରେ ଆଳୁ ଦର ଯଦି 30 ଟପିବ ତେବେ ସାଧାରଣ ଲୋକଙ୍କୁ ନିଶ୍ଚିତ ଭାବେ ଏହା ପ୍ରବାବିତ କରିବ। ପିଆଜ ୧୪୦ ଟଙ୍କାରୁ ଧିରେ ଧିରେ ଦର ଖସୁଥିବା ବେଳେ ଆଳୁ ଦର ଗ୍ରାହକଙ୍କ ପାଇଁ ମୁଣ୍ଡବିନ୍ଧା ପାଲଟିଛି ।