ଦୁଇ ଦୁଇଟି ସ୍ୱର୍ଣ୍ଣ ପଦକ ଓ ଅର୍ଜୁନ ଆୱାର୍ଡ ସହ ଓଡ଼ିଶା ଫେରିଲେ ସୁନା ପୁଅ ପ୍ରମୋଦ ଭଗତ। ନିକଟରେ ସ୍ୱିଜରଲାଣ୍ଡର ବାସେଲଠାରେ ଅନୁଷ୍ଠିତ ପାରା-ବ୍ୟାଡମିଣ୍ଟନ ବିଶ୍ୱ ଚାମ୍ପିଅନସିପରେ ୨ଟି ସ୍ୱର୍ଣ୍ଣ ପଦକ ହାସଲ କରି ଇତିହାସ ରଚିଥିଲେ ପ୍ରମୋଦ। ସେ ଏକମାତ୍ର ଭାରତୀୟ ଭାବେ ବିଶ୍ୱ ପାରା ବ୍ୟାଡମିଣ୍ଟନ ଚମ୍ପିୟାନସିପରେ ଏପର୍ଯ୍ୟନ୍ତ ତିନୋଟି ସ୍ଵର୍ଣ ପଦକ ପାଇ ସାରିଛନ୍ତି। 2018ରେ ଆକର୍ଷଣୀୟ ପ୍ରଦର୍ଶନ ପାଇଁ ତାଙ୍କୁ ଚଳିତ ବର୍ଷ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଛି। ରାଜ୍ୟର ପ୍ରଥମ ଏବଂ ଏକମାତ୍ର ପାରା-କ୍ରୀଡ଼ାବିତ ଭାବେ ପ୍ରମୋଦ ଭଗତ ଏହି ପୁରସ୍କାର ପାଇଛନ୍ତି। ପୁରସ୍କାର ସ୍ୱରୂପ ୫ ଲକ୍ଷ ଟଙ୍କା, ଏକ ମାନପତ୍ର ଓ ଫଳକ ପ୍ରମୋଦଙ୍କୁ ପ୍ରଦାନ କରାଯାଇଛି। ଶନିବାର ଅପରାହ୍ନରେ ପ୍ରମୋଦ ଭଗତ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା..