କରୋନା ଭାଇରସରେ ଏପର୍ଯ୍ୟନ୍ତ ଚୀନରେ 700 ଲୋକଙ୍କ ଜୀବନ ଗଲାଣି। 30 ହଜାର ଲୋକ ଏହି ରୋଗରେ ସଂକ୍ରମଣ ହୋଇସାରିଲେଣି। ପ୍ରତ୍ୟେକ ଦିନ 1000ରୁ ଅଧିକ ଲୋକ ଏଥିରେ ସଂକ୍ରମଣ ହେଉଛନ୍ତି। ଯେଉଁଥି ପାଇଁ ସାରା ବିଶ୍ୱ ଏବେ ଆତଙ୍କିତ। ଚୀନରୁ ନିଜର ନାଗରିକ ଓ ଛାତ୍ରଛାତ୍ରୀଙ୍କୁ ବାହାର କରିବା ପ୍ରୟାସରେ ଜୁଟିଛନ୍ତି ଅନେକ ଦେଶ। ଭାରତ ସରକାର ମଧ୍ୟ ଚୀନରୁ ନିଜର ନାଗରିକକୁ ସ୍ୱତନ୍ତ୍ର ବିମାନ ଯୋଗେ ନିଜ ଦେଶକୁ ଆଣିଛି। ଏପରି ସ୍ଥିତିରେ ପାକିସ୍ତାନର ଶହଶହ ଛାତ୍ରଚାତ୍ରୀ ଏବେ ଚୀନରେ ଫସି ରହିଛନ୍ତି। ସେମାନେ ନିଜ ଦେଶକୁ ଆସି ପାରୁନାହାଁନ୍ତି। ଏପରି ସ୍ଥିତିରେ ଭାରତ ପାକିସ୍ତାନକୁ ବନ୍ଧୁତ୍ୱର ହାତ ବଢ଼ାଇଛି। ପାକିସ୍ତାନ ଚାହିଁଲେ ଭାରତ ପାକିସ୍ତାନୀ ନାଗରିକଙ୍କୁ ଚୀନରୁ ବାହାର କରିବାରେ ସାହାଯ୍ୟ କରିବାକୁ ପ୍ରସ୍ତୁତ ଅଛି। ହେଲେ ଭାରତର ଏହି ପ୍ରସ୍ତାବକୁ ପ୍ରତ୍ୟାଖାନ କରିଛି ପାକିସ୍ତାନ। ପାକିସ୍ତାନ ଭାରତର ସାହାଜ୍ୟରେ ନିଜ ଦେଶର ଛାତ୍ରଛାତ୍ରୀଙ୍କୁ ଚୀନରୁ ବାହର କରିବ ନାହିଁ ବୋଲି କହିଛି।