ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କରେ ତିକ୍ତତା ଦିନକୁ ଦିନ ବଢ଼ି ଚାଲିଛି। ଶୁକ୍ରବାର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଯେଉଁ ବୟାନ ଦେଇଥିଲେ ତାକୁ ଶୁଣି ପାକିସ୍ତାନ ଏକ ପ୍ରକାର ଡରି ଯାଇଛି। ପୋଖରାନଠାରେ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଅବସରରେ ରାଜନାଥ କହିଥିଲେ ଭାରତ ପରମାଣୁ ଅସ୍ତ୍ର ପ୍ରଥମ ପ୍ରୟୋଗ ନ କରିବାର ନିୟମ ରଖିଛି। ହେଲେ ପରିସ୍ଥିତିକୁ ଦେଖି ଏହି ନିୟମରେ ପରିବର୍ତ୍ତନ କରାଯାଇପାରେ। ଏହା ଶୁଣି ପାକିସ୍ତାନ ମୁଣ୍ଡ କାମ କରୁନି। ବିଚଳିତ ହୋଇ ଏହି ମାମଲାରେ ଚୀନର ହସ୍ତକ୍ଷେପ ଲୋଡିଛି ପାକିସ୍ତାନ। ପାକିସ୍ତାନ କହିଛି ଯେ ଭାରତର ଏହି ବୟାନ ଦର୍ଶାଉଛି ଯେ ଭାରତ ହିଂସା ପାଇଁ ଅନାଇ ବସିଛି।