ଭୟରେ ଭାରତ ସହ କଥାବାର୍ତ୍ତା ପାଇଁ ଚାହିଁଲା ପାକିସ୍ତାନ

ଡରିଗଲା କି ପାକିସ୍ତାନ। ହଠାତ କାହିଁକି ଭାରତ ପ୍ରତି ନିଜର ଆକ୍ରମଣାତ୍ମକ ଆଭିମୁଖ୍ୟ ବଦଳାଇଛି ପାକ୍। ଜାମ୍ମୁ-କାଶ୍ମୀର ପ୍ରସଙ୍ଗରେ ଆମେ ଭାରତ ସହିତ ଦ୍ୱିପାକ୍ଷିକ ଆଲୋଚନା ପାଇଁ ରାଜି ବୋଲି କହିଛନ୍ତି ପାକ ବୈଦେଶିକ ମନ୍ତ୍ରୀ ମହମଦ କ୍ୟୁରେସି। କ୍ୟୁରେସି କହିଛନ୍ତି, ପାକିସ୍ତାନ କେବେ ହେଲେ ଭାରତ ସହିତ କଥାବାର୍ତ୍ତା ପାଇଁ ଅରାଜି ନୁହେଁ। ମାତ୍ର ଭାରତ କଥାବାର୍ତ୍ତା ପାଇଁ ଉପଯୁକ୍ତ ପରିସ୍ଥିତି ସୃଷ୍ଟି କରିବା ଉଚିତ। ମାତ୍ର ଏହି କଥାବାର୍ତା ପାଇଁ ତୃତୀୟ ପକ୍ଷ ମଧ୍ୟସ୍ଥତା କଲେ ଭଲ ରହିବ ବୋଲି କ୍ୟୁରେସି କହିଛନ୍ତି। କଶ୍ମୀର ମାମଲାକୁ ନେଇ ବିଶ୍ୱର ପ୍ରାୟ କୌଣସି ଦେଶ ପାକିସ୍ତାନକୁ ସହଯୋଗର ହାତ ନ ବଢାଇବାରୁ ଏବେ ଭାରତ ସହ କଥା ହେବାକୁ ବ୍ୟଗ୍ର ହୋଇଛି ପାକ୍।

Leave a Reply

Your email address will not be published. Required fields are marked *