ପଡ଼ୋଶୀ ପାକିସ୍ତାନ ଏବେ ଭାରତ ବିରୋଧରେ ସବୁ ସୀମା ଉଲଘଂନ କରିବାକୁ ପଛଉନାହିଁ। ପାକିସ୍ତାନ ଆତଙ୍କବାଦକୁ ପ୍ରତ୍ସୋହନ ଦେଉଥିବା କଥା ସାରା ବିଶ୍ବ ଜାଣିଥିବା ବେଳେ ସେହି ଦେଶ ଏବେ ଭାରତ ବିରୋଧୀ ଗତିବିଧୀରେ ସକ୍ରିୟ ରହୁଛି। ପାକିସ୍ତାନ ଏବେ ଘୃଣ୍ୟ ମାନସିକାତାର ଆଉ ଦୁଇ ପାଦ ଆଗକୁ ଚାଲିଯାଇଛି। ନିଜ ଦେଶର ଶିକ୍ଷା କେନ୍ଦ୍ରରେ ପିଲାଙ୍କୁ ଶିଖାଯାଉଛି ହିନ୍ଦୁ, ଇହୁଦି ବିରୋଧୀ ପାଠ। ହିନ୍ଦୁ, ଇହୁଦି ଓ ବାଲୁଚୀମାନଙ୍କ ପ୍ରତି ଘୃଣା ସୃଷ୍ଟି କଳା ଭଳି ନିଜ ପିଲାଙ୍କୁ ପଢ଼ାଉଛନ୍ତି ପାକ୍ ସରକାର। ତେବେ ପାକ୍ ସରକାରଙ୍କ ଏଭଳି ପଦକ୍ଷେପ ପିଲାମାନଙ୍କୁ ପାକିସ୍ତାନରେ ସଂଖ୍ୟାଲଘୁଙ୍କ ଉପରେ ହେଉଥିବା ଅତ୍ୟାଚାରର ବୟାନ କରୁଛି। ଏଭଳି ଶିକ୍ଷାରୁ ଜଣାପଡ଼ୁଛି ପାକିସ୍ତାନରେ ହିନ୍ଦୁ, ଇହୁଦି ଭଳି ଅଳ୍ପସଂଖ୍ୟକ ସଂପ୍ରଦାୟ ଉପରେ କେଉଁଭଳି ଭାବେ ଅତ୍ୟାଚାର ହେଉଥିବା। ତେବେ ଏହି ସବୁ ସ୍କୁଲ୍ରେ ସେନା ପୋଷାକଧାରୀ ଶିକ୍ଷକ ପିଲାମାନଙ୍କୁ ଶିଖାଉଛନ୍ତି, ‘ଆମକୁ ବନ୍ଧୁକ ଓ ବମକୁ ଭଲ ପାଇବା ଦରକାର।’ ଏହାସହ ସେଗୁଡ଼ିକୁ ସମ୍ମାନ ଜଣାଇବା ଦରକାର କାରଣ ହିନ୍ଦୁ ମା’ମାନଙ୍କୁ ମାରିବାରେ କାମରେ ଆସୁଛି ବୋଲି ଶ୍ରେଣୀରେ କହୁଛନ୍ତି ଶିକ୍ଷକ। ଏହି ସମୟରେ ଏହିଭଳି ଶିକ୍ଷା ପାକ୍ ସ୍କୁଲ୍ ଓ ମସଜିଦ୍ରେ ଦିଆଯାଉଥିବା ସୂଚନା ମିଳିଛି। ଏଭଳି ବହି ମଧ୍ୟ ପିଲାଙ୍କ ପାଠ୍ୟକ୍ରମରେ ସାମିଲ କରାଯାଇଛି। ମିଳିଥିବା ଏଭଳି ସଂଘାତିକ ତଥ୍ୟ ଭାରତ ସମେତ ସାରା ବିଶ୍ବକୁ ଚିନ୍ତାରେ ପକାଇଦେଇଛି।