କାଶ୍ମୀର ପ୍ରସଙ୍ଗରେ ସବୁ ଆଡୁ ନିରାଶ ହେବା ପରେ ଏବେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ ବିଚଳିତ ହୋଇପଡ଼ିଛନ୍ତି। ଜାତିସଂଘରେ ଭାରତ ବିରୋଧୀ ମନ୍ତବ୍ୟ ଦେଇ ସାରା ବିଶ୍ୱରେ ସେ ଅଧିକ ସମାଲୋଚନା ହୋଇପଡିଛନ୍ତି। ଏପରି ସ୍ଥିତିରେ ନିଜ ଦେଶରେ ମଧ୍ୟ ଇମ୍ରାନ ଖାନଙ୍କ ସମାଲୋଚନା କିଛି କମ ନାହିଁ। ଇମ୍ରାନ ଖାନଙ୍କ କଥାକୁ ବିଶ୍ୱ ସମୁଦାୟ ଗ୍ରହଣ କରୁ ନଥିବାରୁ ତାଙ୍କ ନେତୃତ୍ୱ ଉପରେ ଏବେ ପାକିସ୍ତାନରେ ସ୍ୱର ଉଠିଲାଣି। ଏପରି ସ୍ଥିତିରେ ଇମ୍ରାନ୍ ସରକାର ଭାରତୀୟ ନ୍ୟୁଜ୍ ଚ୍ୟାନେଲ୍ ଏବଂ ଭରତୀର ସମସ୍ତ କଣ୍ଟେଣ୍ଟ୍ ପ୍ରସାରଣ ଉପରେ ଅଙ୍କୁଶ ଲଗାଇଛନ୍ତି। ପାକିସ୍ତାନ ଇଲେକ୍ଟ୍ରୋନିକ୍ସ ମିଡିଆ ନିୟାମକ ଅଧିକରଣ(ପିଇଏମ୍ଆର୍ଏ) ନୋଟିସ ଜାରି କରି ଏହି ଘୋଷଣା କରିଛି। ଏହାସହ ପାକିସ୍ତାନର ସମସ୍ତ କେବୁଲ୍ ନେଟୱାର୍କ ୱନରଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ଯେ, ସମସ୍ତ ଭାରତୀୟ ଟିଭି ଚ୍ୟାନେଲ ପ୍ରସାରଣକୁ ବନ୍ଦ କରନ୍ତୁ ବୋଲି। ଏହାଛଡା ଭାରତୀୟ ଅଭିନେତା ଏବଂ ତାଙ୍କ ଅଭିନୀତ ଫିଲ୍ମର ପ୍ରମୋ ମଧ୍ୟ ସେଠାରେ ପ୍ରସାରଣ କରାଯିବ ନାହିଁ। ଗତ ମାର୍ଚ୍ଚରେ ପାକିସ୍ତାନ ସୁପ୍ରିମକୋର୍ଟ ଭାରତୀୟ ଫିଲ୍ମ ଏବଂ ଟେଲିଭିଜନ ଶୋ’ ପ୍ରସାରଣ ଉପରେ ପ୍ରତିବନ୍ଧକ ଲଗାଇଥିଲେ।