ସୀମାରେ ଯୁଦ୍ଧ ବିମାନ ମୁତୟନ କଲା ପାକିସ୍ତାନ: ସେନାକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଲା ଭାରତ

ଜମ୍ମୁ କାଶ୍ମୀରରେ 370 ଧାର ଉଚ୍ଛେଦ ପରେ ବିଚଳିତ ହୋଇ ପଡିଛି ପାକିସ୍ତାନ। ପାକିସ୍ତାନକୁ ଲାଗୁଛି କୌଣସି ମୁହୂର୍ତ୍ତରେ ଭାରତ ପାକ୍ ଅଧିକୃତ କାଶ୍ମୀରକୁ ମଧ୍ୟ କବଜା କରିପାରେ। ଏଭଳି ଆଶଙ୍କା କରି ପାକିସ୍ତାନ ଏବେ ଭାରତ ସହ ଯୁଦ୍ଧ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥିବା ପାକିସ୍ତାନ ମିଡିଆରୁ ଜଣାପଡିଛି। ନିଜ ସେନାକୁ ଅସ୍ତ୍ରଶସ୍ତ୍ର ସହ ନିୟନ୍ତ୍ରଣ ରେଖା ଏଲ୍‌ଓସି ଅଭିମୁଖେ ଅଗ୍ରସର ପାଇଁ ନିର୍ଦ୍ଦେଶ ଦେଇଛି ପାକିସ୍ତାନ। ସେପଟେ ଭାରତର ଅଗ୍ରଣୀ ଇଂରାଜି ଖବର କାଗଜ ‘ଟାଇମ୍ସ ଅଫ ଇଣ୍ଡିଆ’ର ପ୍ରକାଶିତ ଖବର ଅନୁସାରେ ପାକିସ୍ତାନ ଲଦାଖ ନିକଟରେ ନିଜର ଯୁଦ୍ଧ ବିମାନ ମୁତୟନ କରିବା ଆରମ୍ଭ କରିଦେଇଛି। ଲଦାଖ ନିକଟରେ ଥିବା ପାକିସ୍ତାନର ଏୟାରବେସ୍‌ରେ ଯୁଦ୍ଧ ବିମାନ ମୁତୟନ କରିଛି ପାକିସ୍ତାନ। 3 ସି-130 ଟ୍ରାନପୋର୍ଟ ଯୁଦ୍ଧ ବିମାନକୁ ଭାରତର ସୀମା ସହିତ ଲାଗିଥିବା ପାକିସ୍ତାନର ସ୍କାର୍ଦୁରେ ମୁତୟନ କରାଯାଇଛି। ସ୍କାର୍ଦୁ ଏୟାର ବେସରେ ପାକିସ୍ତାନ ତାର ଫାଇଟର ପ୍ଲେନ JF-17କୁ ମଧ୍ୟ ଆଣି ରଖିଛି। ଯାହାକୁ ଭାରତ ବେଶ ଗୁରୁତର ସହ ନେଇଛି। ଭାରତର ଗୁଇନ୍ଦା ବିଭାଗ ପାକିସ୍ତାନର ପ୍ରତିଟି କାର୍ଯ୍ୟକଳାପ ଉପରେ ତୀକ୍ଷ୍ଣ ନଜର ରଖିଛି। ସେପଟେ ସବୁ ପରିସ୍ଥିତିର ସାମ୍ନା କରିବାକୁ ସେନାକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛି ଭାରତ।

Leave a Reply

Your email address will not be published. Required fields are marked *