ଦୀର୍ଘ ଦିନ ପରେ ଶେଷରେ ମଦ କାରବାର ଆରମ୍ଭ ହୋଇଛି। ସରକାର ଅନଲାଇନରେ ମଦ ଡେଲିଭରୀ ଦେବା ପାଇଁ ନିୟମ କରିଥିବା ବେଳେ ଆଜି କିନ୍ତୁ ରାଜଧାନୀର ବିଭିନ୍ନ ମଦ କାଉଣ୍ଟର ଆଗରେ ଲୋକଙ୍କ ଭିଡ଼ି ଦେଖିବାକୁ ମିଳିଛି। ଭୁବନେଶ୍ୱର କିଛି ମଦ କୋଦାନରେ ଅଫଲାଇନରେ ମଦ କାରବାର ଚାଲିଥିବା ଦେଖିବାକୁ ମିଳିଥିଲା। ପରେ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ଦୋକାନକୁ ବନ୍ଦ କରାଯାଇଛି। ସାମାଜିକ ଦୂରତାର ଖୋଲା ଉଲ୍ଲଂଘନ ଦେଖିବାକୁ ମିଳିଛି। ସେପଟେ ଅନଲାଇନରେ କିଛି ମଦ ଦୋକାନି ଅର୍ଡର ନେଇଥିବା ବେଳେ ଅନେକ ଦୋକାନ ପକ୍ଷରୁ ଦିଆଯାଇଥିବା ନମ୍ବର ଲାଗୁନି ବୋଲି ଅଭିଯୋଗ ଆସୁଛି। ରାଜଧାନୀରେ ମଦ ଦୋକାନ ଦ୍ୱାରା ନିଯୁକ୍ତି କର୍ମଚାରୀଙ୍କ ଦ୍ୱାରା ମଦର ଡେଲିଭରୀ କରାଯିବର ବ୍ୟାବସ୍ଥା କରାଯାଇଛି। ସକାଳ ୭ଟାରୁ ମଧ୍ୟାହ୍ନ ୧ଟା ଯାଏଁ ଅର୍ଡର ଗ୍ରହଣ କରାଯିବ। ଏବଂ ଦିନ ଗୋଟଏ ଠାରୁ ସନ୍ଧ୍ୟା ୬ଟା ଯାଏଁ ମଦର ଡେଲିଭରୀ କରାଯିବ। ମଦ ଡେଲିଭରୀ ବେଳେ ଆବଶ୍ୟକ ସୁରକ୍ଷା ପୋଲିସ ଯୋଗାଇ ଦେବ।