ଲୋକଙ୍କ ଆଖିରୁ ପାଣି ଗଡ଼ାଉଛି ପିଆଜ। ଦେଶରେ ପିଆଜ ଦାମ୍ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ରାଜ୍ୟରେ ପିଆଜ ଦର ୫୦ ଟଙ୍କା ଛୁଇଁଛି। ଭୁବନେଶ୍ୱରରେ ଅନେକ ସ୍ଥାନରେ ପିଆଜ ୫୦ ଟଙ୍କାରୁ ଅଧିକ ଟଙ୍କାରେ ବିକ୍ରି ହେଉଛି। ପିଆଜ ଦାମ୍କୁ ନିୟନ୍ତ୍ରଣ କରିବାରେ ସରକାର ବିଫଳ। ପିଆଜା କିଲୋ ପିଛା ଦାମ୍ ଗତ ୪ ବର୍ଷର ରେକର୍ଡ ଭାଙ୍ଗିଛି। ଦକ୍ଷିଣ ଓ ପଶ୍ଚିମ ଭାରତ ସମେତ ପିଆଜ ଚାଷ ହେଉଥିବା ବିଭିନ୍ନ ଅଞ୍ଚଳରେ ଲଗାତାର ବର୍ଷା ଯୋଗୁ ଚାଷ କାର୍ଯ୍ୟରେ ବାଧା ଉପୁଜି ଏଭଳି ସ୍ଥିତି ସୃଷ୍ଟି ହୋଇଛି। ସେପଟେ ଦେଶରେ ପିଆଜ ଦାମ୍ରେ ବୃଦ୍ଧି ଘଟିଥିବାରୁ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ସେପଟେ ପିଆଜ ଦର ବୃଦ୍ଧିକୁ ନେଇ ସାଧାରଣ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି।