ଆଉ ମାତ୍ର 5 ଦିନ ପରେ ବହୁ ପ୍ରତିକ୍ଷୀତ ବାରବାଟୀ ଦିନିକିଆ। ଏଥିପାଇଁ ପାଇଁ କାଉଣ୍ଟ ଡାଉନ୍ ଆରମ୍ଭ ହୋଇଯାଇଛି। ଆସନ୍ତା ୨୨ ତାରିଖ ସମୟ ଅପରାହ୍ନ 1.30 ମିନିଟରେ ଭାରତ ଓ ୱେଷ୍ଟ୍ଇଣ୍ଡିଜ୍ ମଧ୍ୟରେ ଖେଳାଯିବ ଦିନିକିଆ କ୍ରିକେଟ୍ ମ୍ୟାଚ। ଦିନିକିଆ ସିରିଜିର ଶେଷ ମ୍ୟାଚ୍ କଟକରେ ଖେଳାଯିବ। ଏଥିପାଇଁ ଆଜି ଠାରୁ ଅଫ୍ଲାଇନ୍ ଟିକଟ୍ ବିକ୍ରି ଆରମ୍ଭ ହୋଇଛି। ସୋମବାର ଓ ମଙ୍ଗଳବାର ଦୁଇ ଦିନ ଧରି ଓସିଏ ସମ୍ମିଳନୀ କକ୍ଷରେ ଅନୁବନ୍ଧିତ ସ୍କୁଲ, କଲେଜ, କ୍ଲବ୍ ଗୁଡ଼ିକ ପାଇଁ ଟିକଟ୍ ବିକ୍ରି ଆରମ୍ଭ ହୋଇଛି। ସକାଳ ୧୦ଟାରୁ ୫ଟା ପର୍ଯ୍ୟନ୍ତ ଟିକଟ୍ ବିକ୍ରି ଚାଲିବ। କେବଳ ଟିକଟ୍ କିଣିବାକୁ ଯାଉଥିବା ବ୍ୟକ୍ତିଙ୍କୁ ହଲ୍ ଭିତରକୁ ଛଡ଼ା ଯାଉଛି। ଏଥିପାଇଁ ପାଇଁ ୮,୯୪୬ ଟିକଟ୍ ହେବ ବୋଲି ଧାର୍ଯ୍ୟ କରାଯାଇଛି। ଏଠାରୁ ଯେଉଁ ଟିକଟ୍ ବଳିଯିବ ତାହା କାଉଣ୍ଟର୍ ବିକ୍ରି ପାଇଁ ଚାଲିଯିବ। ୧୯ ଓ ୨୦ ତାରିଖରେ ୧୨ଟି କାଉଣ୍ଟରରେ ସାଧାରଣ ଦର୍ଶକଙ୍କ ପାଇଁ ଟିକଟ୍ ବିକ୍ରି ହେବ। ଟିକଟ୍ ବିକ୍ରି ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ସୂଚନାଯୋଗ୍ୟ, ଗତ 5ତାରିଖରେ ଅନ୍ଲାଇନ୍ରେ ୮,୧୫୦ ଟିକଟ୍ ବିକ୍ରି ହୋଇସାରିଛି। କାଉଣ୍ଟର୍ରେ ବିକ୍ରି ପାଇଁ ୧୦,୦୫୦ ଟିକଟ୍ ରଖାଯାଇଛି।