ସଂସଦରେ ଓଡ଼ିଆ ସାଂସଦଙ୍କୁ ମାଡ଼। ଲୋକସଭାରେ ବିଜେପିର ମହିଳା ସାଂସଦଙ୍କୁ ବିରୋଧୀ କଂଗ୍ରେସର ଦୁଇ ଜଣ ମହିଳା ସାଂସଦ ରାମ୍ୟା ହରିଦାସ ଓ ଜ୍ୟୋତିମଣି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣର ଶିକାର ହୋଇଛନ୍ତି ଓଡ଼ିଶାର ବଲାଙ୍ଗୀର ଲୋକସଭା ଆସନ ସଦସ୍ୟା ସଙ୍ଗୀତା ସିଂହଦେଓ। ହଠାତ୍ ବିରୋଧ ଦଳର ଦୁଇ ମହିଳା ସାଂସଦ ସଙ୍ଗୀତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣ ବେଳେ ମନ୍ତ୍ରୀ ସ୍ମିତି ଇରାନୀଙ୍କ ହସ୍ତକ୍ଷପ ପରେ ସଂଙ୍ଗିତାଙ୍କୁ ବିରୋଧୀ ସାଂସଦ ଛାଡ଼ିଦେଇଥିଲେ।ପରେ ସେ ଚିକିତ୍ସାଳୟକୁ ଯାଇ ପ୍ରାଥମିକ ଚିକିତ୍ସା କରାଇଛନ୍ତି । ମେଡିକାଲ ରିପୋର୍ଟ ସହିତ ଘଟଣା ସମ୍ପର୍କରେ ସଙ୍ଗୀତା ଲୋକସଭା ବାଚସ୍ପତିଙ୍କ ନିକଟରେ ଲିଖିତ ଅଭିଯୋଗ କରିବା ସହିତ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ଗଣତନ୍ତ୍ରରେ ବିରୋଧ କରିବା ପାଇଁ ବିରୋଧୀଙ୍କର ଅଧିକାର ଅଛି । କିନ୍ତୁ ଗଣତନ୍ତ୍ରର ସର୍ବୋଚ୍ଚ ସଦନରେ ସାଂସଦଙ୍କୁ ସାଂସଦ ଆକ୍ରମଣ କରିବା ଘଟଣାକୁ ସସବୁ ମହଲରେ ନିନ୍ଦା କରାଯାଇଛି।