ତାତିଲେ ମହିଳା, ଚୀନ୍ ସାମଗ୍ରୀ ବର୍ଜନ କରିବାକୁ କଲେ ଶପଥ

ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକରେ ଥିବା ମହାଲକ୍ଷ୍ମୀ ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ଆଜି ଚୀନ ରାଷ୍ଟ୍ରପତି ଜିନ୍ ପିଙ୍ଗଙ୍କ କୁଶପୁତ୍ତଳିକା ଦାହ କରିବା ସହ ସମସ୍ତ ଚୀନ ସାମଗ୍ରୀ ବର୍ଜନ କରିବାକୁ ଶପଥ ନେଇଛନ୍ତି। ମହିଳା ମାନେ ହାତରେ ଚୀନ ବିରୋଧି ପ୍ଲା କାର୍ଡ ଧରି ଗାଁ ଗାଁ ବୁଲି ସମସ୍ତ ଦୋକାନୀ ଏବଂ ଲୋକମାନଙ୍କୁ ଚୀନ ସାମଗ୍ରୀ ବିକ୍ରି ଏବଂ ବ୍ୟବହାର ନକରିବାକୁ କହିଥିଲେ। ବିଶ୍ୱାସ ଘାତକ ଚୀନ ଦ୍ୱାରା ଆମ ଦେଶର ୨୦ ଜଣ ବୀର ଯବାନ ମାନେ ସହିଦ ହୋଇଛନ୍ତି। ଏହାର ପ୍ରତିବାଦ କରି ସମସ୍ତ ଚୀନ ଜିନିଷ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି ଏହି ମହିଳା ମାନେ। ପ୍ରଥମେ ବୀର ସହିଦ୍ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହାପରେ ସାମାଜିକ ଦୂରତ୍ୱ ରକ୍ଷା କରି ମୁହଁରେ ମାସ୍କ ପିନ୍ଧି ଏକ ଶୋଭାଯାତ୍ରା ବାହାରି ଗ୍ରାମ ପରିକ୍ରମା ସହ ଚୀନ ଜିନିଷ ବର୍ଜନ କରିବାକୁ ଲୋକ ଓ ଦୋକାନୀ ମାନଙ୍କୁ ଆହ୍ୱାନ ଦେଇଥିଲେ। ଚୀନ ସହ ସମ୍ପର୍କ ଛିନ୍ନ ଏବଂ ସମସ୍ତ ଚୀନ ସାମଗ୍ରୀ ବର୍ଜନ କଲେ ଆମ ସହିଦ୍ ଯବାନଙ୍କ ପାଇଁ ଉଚିତ୍ ଶ୍ରଦ୍ଧାଞ୍ଜଳି ହେବ ବୋଲି କୁହାଯାଇଛି।

Leave a Reply

Your email address will not be published. Required fields are marked *