ସୟଦ ମୁସ୍ତାକ ଅଲ୍ଲୀ ଟି-ଟ୍ୱେଣ୍ଟି କ୍ରିକେଟ୍ ପ୍ରତିଯୋଗିତା ପାଇଁ ଓଡ଼ିଶା ଦଳ ଘୋଷଣା ହୋଇଛି। ଆସନ୍ତା ୮ ତାରିଖରୁ ସୁରଟ ଠାରେ ସୟଦ ମୁସ୍ତାକ ଅଲ୍ଲୀ ଟି-ଟ୍ୱେଣ୍ଟି କ୍ରିକେଟ୍ ପ୍ରତିଯୋଗିତା ଆରମ୍ଭ ହେବ। ଗ୍ରୁପ୍-ଇ’ର ସମସ୍ତ ମ୍ୟାଚ୍ ଏଠାରେ ହେବାକୁଥିବା ବେଳେ ବୁଧବାର ପ୍ରଥମ ୪ ମ୍ୟାଚ୍ ପାଇଁ ଓଡ଼ିଶା ଦଳର ଘୋଷଣା କରାଯାଇଛି। ଗୋବିନ୍ଦ ପୋଦ୍ଦାରଙ୍କୁ ନେତୃତ୍ୱ ଦିଆଯାଇଛି। ବିପ୍ଲବ ସାମନ୍ତରାୟ ଓ ସ୍ପିନର ଶୁଭମ୍ ନାୟକ ଟ୍ୱେଣ୍ଟି-୨୦ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ବିଜୟ ହଜାରେ ଟ୍ରଫିରେ ଶୁଭ୍ରା˚ଶୁ ଅଧିନାୟକ ଥିଲେ ବି ଏଥର ତାଙ୍କ ସ୍ଥାନରେ ଗୋବିନ୍ଦଙ୍କୁ ଦାୟୁତ୍ୱ ଦିଆଯାଇଛି। ନୂଆ ମୁହଁ ଭାବେ ବରଗଡ଼ର ୱିକେଟ୍ ରକ୍ଷକ ପ୍ରବୀଣ ଲୋହା ସ୍ଥାନ ପାଇଛନ୍ତି। ହେଲେ ଦଳରେ ଖେଳାଳି ଚୟନକୁ ନେଇ ଏବେ ପ୍ରଶ୍ନ ସୃଷ୍ଟି ହୋଇଛି। ଟି-ଟ୍ୱେଣ୍ଟି ଫର୍ମାଟ ପାଇଁ ଦଳ ରାଜ୍ୟ ବାହାରକୁ ଖେଳିବାକୁ ଯାଉଥିବା ବେଳେ ଏଥିରେ ଅନେକ ଅଭିଜ୍ଞ ଖେଳାଳିଙ୍କୁ ସ୍ଥାନ ମିଳିନି। ଏହାସହ ଦକ୍ଷତା ଭିତ୍ତିରେ ଦଳ ଚୟନ ନକରାଯାଇ ପ୍ରିୟା ପ୍ରୀତି ଭିତିରେ ଦଳ ଚୟନ କରାଯାଇଥିବା ଅଭିଯୋଗ ହୋଇଛି। ଅନେକ ଖେଳାଳି ଏମିତି ଅଛନ୍ତି ଯେଉଁମାନଙ୍କ ପ୍ରଦର୍ଶନ ଟ୍ରାୟଲ ମ୍ୟାଚରେ ଅତି ନୈରାଶ୍ୟଜନକ ଥିଲେ ମଧ୍ୟ ସେମାନଙ୍କୁ ଦଳରେ ସ୍ଥାନ ମିଳିଛି। ଓସିଏ ସହିତ ଯେଉଁମାନେ ଜଡ଼ିତ ସେମାନଙ୍କ ସମ୍ପର୍କୀୟଙ୍କୁ ସଯୋଗ ମିଳୁଛି ବୋଲି ଅଭିଯୋଗ ହୋଇଛି। ସେପଟେ ଏହି ସବୁ ଅଭିଯୋଗକୁ ଖାରଜ କରିଛନ୍ତି ମୁଖ୍ୟ ଚୟନକର୍ତ୍ତା ବିଷ୍ଣୁଦେବ ମହାନ୍ତି। ସେ କହିଛନ୍ତି, ଦଳ ଦକ୍ଷତା ଭିତ୍ତିରେ ଚୟନ ହୋଇଛି। 18 ଜଣିଆ ପ୍ରୋବାବୁଲ ଟିମରୁ ଦଳ ଚୟନ ହୋଇଛି। ଅନ୍ୟପଟେ ନବନିର୍ବାଚିତ ଓସିଏ ସମ୍ପାଦକ ସଂଜୟ ବେହେରା କହିଛନ୍ତି, ସିଲେକ୍ଟର ମାନେ ସିଲେକ୍ସନ କରିଛନ୍ତି, ଏଥିରେ ମୋର କୌଣସି ଭୂମିକା ନାହିଁ। ଆଗାମୀ ଦିନରେ କିଭଳି କ୍ଲିନ ସିଲେକ୍ସନ ହେବ ସେ ନେଇ ପ୍ରତିଶ୍ରୁତିମ ମଧ୍ୟ ଦେଇଛନ୍ତି।