ଲକଡାଉନ ସମୟରେ ପୋଲିସର କଡ଼ା କାର୍ଯ୍ୟାନୁଷ୍ଠାନ। ଏହି ସମୟରେ ଘରେ ନରହି ଯଦି କେହି ନିୟମ ଭାଙ୍ଗନ୍ତି ତେବେ ପୋଲିସ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ନିୟମ ଖିଲାପକାରୀଙ୍କୁ ଏଭଳି ଚେତାବନୀ ଦେଇଛନ୍ତି ପୋଲିସ ଡିଜି ଅଭୟ। ଏହାସହ କ୍ୱାରେଣ୍ଟାଇନ ନିୟମ ଭାଙ୍ଗିଲେ କାର୍ଯ୍ୟାନୁଷ୍ଟାନ ନିଆଯିବ ବୋଲି କୁହଯାଇଛି। ଏପର୍ଯ୍ୟନ୍ତ ସୁଦ୍ଧା ୬୧ଟି କ୍ୱାରେଣ୍ଟାଇନ ଭଙ୍ଗ ମାମଲା ହୋଇଛି। ତେଣୁ କ୍ୱାରେଣ୍ଟାଇନରେ ଥିବା ଲୋକଙ୍କୁ ନିୟମ ନଭାଙ୍ଗିବାକୁ କହିଛନ୍ତି ଡିଜିପି ।ସେହିପରି ସାରା ଓଡିଶାରେ ଲକଡାଉନକୁ କଡାକଡି କରାଯାଇଥିବା ବେଳେ କିଛି ଲୋକ ଏହାକୁ ମାନୁ ନାହାନ୍ତି। ଲକଡାଉନକୁ ଖାମଖିଆଲି ଭାବେ ନେଇ ବାହାରେ ବୁଲୁଛନ୍ତି ଲୋକ। ତେବେ ଏହି ସମୟରେ ନିୟମ ଖିଲାପ ନେଇ ୧୫୦୦ରୁ ଅଧିକ ମାମଲା ରୁଜୁ ହୋଇଥିବା ବେଳେ ୧୪୦୦ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି ।