ବେକାରି ରାଜ୍ୟ ତାଲିକାରେ ଓଡ଼ିଶା ଏକ ନମ୍ବର

ବେକାରି ରାଜ୍ୟ ତାଲିକାରେ ଓଡ଼ିଶା ଏକ ନମ୍ବର। କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶ ରିପୋର୍ଟରୁ ଏହା ଜଣା ପଡ଼ିଛି। ଭାରତରେ ବିଭିନ୍ନ ରାଜ୍ୟର ବେକାରି ରିପୋର୍ଟ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଛି। ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶ କରାଯାଇଥିବା ତଥ୍ୟରେ ଓଡ଼ିଶାର ସ୍ଥିତି ବହୁତ ଖରାପ ରହିଛି। ୧୫ ବର୍ଷରୁ ଉର୍ଦ୍ଧ ବୟସର ବେକାରି ବର୍ଗରେ ଓଡ଼ିଶା ଶୀର୍ଷରେ ରହିଛି। ୨୦୧୯ ଜାନୁଆରି-ମାର୍ଚ୍ଚରେ ହୋଇଥିବା ସର୍ଭେରେ ଓଡ଼ିଶାରେ ବେକାରି ହାର ୧୫.୭ ପ୍ରତିଶତ ରହିଛି। ଓଡ଼ିଶା ପଛକୁ ଉତ୍ତରାଖଣ୍ଡ ଦ୍ୱିତୀୟ ଏବଂ ଜମ୍ମୁ କାଶ୍ମୀର ତୃତୀୟ ସ୍ଥାନରେ ରହିଛି। ଉତ୍ତରାଖଣ୍ଡରେ ବେକାରି ହାର ୧୪.୨ ପ୍ରତିଶତ ଥିବାବେଳେ ଜମ୍ମୁ କାଶ୍ମୀରରେ ୧୩.୮ ପ୍ରତିଶତ ରହିଛି। ଓଡ଼ିଶା ପାଇଁ ଚିନ୍ତାର ବିଷୟ ହେଲା ୨୦୧୮ର ଏପ୍ରିଲ ପରଠାରୁ ପ୍ରତି ତ୍ରୟମାସରେ ବେକାରି ହାର ବଢ଼ିଛି। ୨୦୧୮ ଏପ୍ରିଲ-ଜୁନରେ ଓଡ଼ିଶାର ବେକାରି ହାର ୯.୯ ପ୍ରତିଶତ ଥିବାବେଳେ ଜୁଲାଇରୁ ସେପ୍ଟେମ୍ବରରେ ୧୩.୬ ପ୍ରତିଶତ, ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ୧୪.୨ ପ୍ରତିଶତ ରହିଥିବାବେଳେ ୨୦୧୯ ଜାନୁଆରିରୁ ମାର୍ଚ୍ଚ ମଧ୍ୟରେ ଏହା ୧୫.୭ ପ୍ରତିଶତରେ ପହଞ୍ଚିଯାଇଛି। ଅନ୍ୟପକ୍ଷରେ ଗୁଜରାଟରେ ବେକାରି ହାର ସର୍ବନିମ୍ନ ୪.୧ ପ୍ରତିଶତ ରହିଛି। ‌ଗୁଜରାଟ ପରେ କର୍ଣ୍ଣାଟକରେ ବେକାରି ହାର ୪.୩ ପ୍ରତିଶତ ରହିଥିବା ଜଣାଯାଇଛି।

Leave a Reply

Your email address will not be published. Required fields are marked *