ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳ ଓ ଖୋର୍ଦ୍ଧାରେ କାମ କରିବେ ଗଞ୍ଜାମରେ କରୋନା ସ୍ଥିତି ନିୟନ୍ତ୍ରଣକୁ ଆଣିଥିବା ଅଧିକାରୀ

ରାଜଧାନୀ ଭୁବନେଶ୍ୱର ସହ ଖୋର୍ଦ୍ଧା ଜିଲ୍ଲାରେ ହୁ ହୁ ହୋଇ ବଢ଼ି ଚାଲିଥିବା କରୋନା ସଂକ୍ରମଣକୁ ରୋକିବାକୁ ସରକାରଙ୍କ ପଦକ୍ଷେପ । ଖୋର୍ଦ୍ଧା ଜିଲ୍ଲା ଓ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ କାମ କରିବେ ଗଞ୍ଜାମରେ କରୋନା ସ୍ଥିତି ନିୟନ୍ତ୍ରଣକୁ ଆଣିଥିବା ଅଧିକାରୀ । ଏନେଇ ମୁଖ୍ୟ ଶାସନ ସଚିବ ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି । ଞ୍ଜାମରେ ସଂକ୍ରମଣ ସ୍ଥିତି ନିୟନ୍ତ୍ରଣକୁ ଆଣିଥିବାରୁ ଦୁଇ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧନ୍ୟବାଦ ଜଣାଇଛନ୍ତି । ଗଞ୍ଜାମ ଭଳି ଭୁବନେଶ୍ୱର ଓ ଖୋର୍ଦ୍ଧାରେ ସ୍ଥିତି ସୁଧାରିବାରେ ସେମାନେ ସହାୟକ ହେବେ ବୋଲି ଆଶା ରଖିଛନ୍ତି ମୁଖ୍ୟମନ୍ତ୍ରୀ । ସ୍ୱତନ୍ତ୍ର ଏଡିଏମ୍ ପାରୁଲ ପଟୱାରୀ ଓ ଭିଶାଲ ସିଂହ ଖୋର୍ଦ୍ଧା ଜିଲ୍ଲାକୁ ଫେରି ଆସିଛନ୍ତି । କରୋନା ନିୟନ୍ତ୍ରଣ ଲାଗି ପାରୁଲ ପଟୱାରୀ ବିଏମସିକୁ ସହାୟତା କରିବେ । ସେହିପରି ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ କରୋନା ସଂକ୍ରମଣ ନିୟନ୍ତ୍ରଣରେ ସହାୟତା କରିବେ ଭିଶାଲ ସିଂହ ।

Leave a Reply

Your email address will not be published. Required fields are marked *