ପ୍ରସିଦ୍ଧ ଓଡ଼ିଆ ହାସ୍ୟ ଅଭିନେତା ସୌମ୍ୟ ରଞ୍ଜନ ପଣ୍ଡାଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୩୨ ବର୍ଷ ବୟସ ହୋଇଥିଲା। ତାଙ୍କ ଘର ଆଠଗଡ଼ ରଥଗଡା ଅଞ୍ଚଳରେ। ସେ ଦୀର୍ଘଦିନ ଧରି କର୍କଟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧୀନ ଥିବାବେଳେ ଗତକାଲି ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ଅନେକ ଓଡ଼ିଆ ଫିଲ୍ମ ଓ ସିରିଏଲରେ ଅଭିନୟ କରି ଘରେ ଘରେ ପରିଚିତ ଥିଲେ। ଖାସ କରି ଏକ ଘରୋଇ ଚ୍ୟାନେଲରେ ପ୍ରସାରିତ ‘Mr nonsense’ ସିରିଏଲ ପାଇଁ ସେ ବେଶ ସୁନାମ ଆର୍ଜନ କରିଥିଲେ। ତାଙ୍କ ମୃତ୍ୟୁ ପରେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି।