ରାମ ନବମୀ ଉପରେ ଲାଗିଲା କଟକଣା, ଏପ୍ରିଲ ୨ ପର୍ଯ୍ୟନ୍ତ ଅଯୋଧ୍ୟାକୁ ପ୍ରବେଶ ମନା

କରୋନା ଭାଇରସ ଏବେ ସମସ୍ତଙ୍କ ଚିନ୍ତାର କାରଣ ପାଲଟିଛି। ସାରା ଦେଶରେ କଠୋର କଟକଣା ଲଗାଯାଇଛି। କରୋନା ଭାଇରସକୁ ଦୃଷ୍ଟିରେ ରଖି ଅଯୋଧ୍ୟାରେ  ରାମ ନବମୀ ମେଳା ଉପରେ ପ୍ରତିବନ୍ଧକ ଲଗାଇ ଦିଆଯାଇଛି। ଜିଲ୍ଲା ପ୍ରଶାସନ ଶନିବାର ଆଡଭାଇଜରୀ ଜାରି କରି ଏହି ସୂଚନା ଦେଇଛି। ଏପ୍ରିଲ ୨ ପର୍ଯ୍ୟନ୍ତ ଅଯୋଧ୍ୟାରେ  ବାହାର ଲୋକଙ୍କ ପ୍ରବେଶ ଉପରେ ରୋକ୍ ଲଗାଯାଇଛି। ରାମନବମୀ ମେଳାରେ ସାମିଲ ହେବାକୁ ବାହାରୁ ଆସୁଥିବା ଶ୍ରଦ୍ଧାଳୁ ଓ ଦର୍ଶନାର୍ଥୀଙ୍କୁ ଅଯୋଧ୍ୟାକୁ ପୁରାଇଦିଆଯିବନି। ଏହା ସହିତ ଏପ୍ରିଲ ୨ ପର୍ଯ୍ୟନ୍ତ ସରୟୁ ନଦୀରେ ସାମୂହିକ ସ୍ନାନ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି। ଅଯୋଧ୍ୟାରେ ସମସ୍ତ ହୋଟେଲ,  ଧର୍ମଶାଳା ଓ ଲଜ୍‌ରେ ଏପ୍ରିଲ ୨ ପର୍ଯ୍ୟନ୍ତ କୌଣସି ବୁକିଂ ହୋଇ ପାରିବ ନାହିଁ। ଏପରିକି ଜନପଦର ସମସ୍ତ ମନ୍ଦିର ଓ ଧାର୍ମିକ ସ୍ଥଳରେ କରୋନା ଭୂତାଣୁର ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଭିଡ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଜିଲ୍ଲା ପ୍ରଶାସନ ଲୋକଙ୍କୁ ମାର୍ଚ୍ଚ ୨୨ ଦିନ ଜନତା କର୍ଫ୍ୟୁର ସମର୍ଥନ  କରିବାକୁ ଅପିଲ କରିଛନ୍ତି।

Leave a Reply

Your email address will not be published. Required fields are marked *