ଭାରତରେ ଗଡ଼ିଲା ଦେଶର ପ୍ରଥମ ଡବଲ ଡେକର ଇଲେକ୍ଟ୍ରିକ ଏସି ବସ୍। ଏହି ବସକୁ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କ ଦ୍ୱାରା ଶୁଭାରମ୍ଭ ହୋଇଛି। । ଗଡକରୀ କହିଛନ୍ତି, ଆଜି ମୁମ୍ବାଇରେ ଅଶୋକ ଲିଲାଣ୍ଡର ଇଲେକ୍ଟ୍ରିକ ଡବଲ ଡେକର ବସ୍କୁ ଉଦଘାଟନ କରି ମୁଁ ବହୁତ ଖୁସି। କେନ୍ଦ୍ରୀୟ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ମୁମ୍ବାଇରେ ଅଶୋକ ଲେଲ୍ୟାଣ୍ଡ କମ୍ପାନୀ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଏସି ଡବଲ ଡେକର ବସର ଉନ୍ମୋଚନ କରିଛନ୍ତି। ଏହି ବସଟି ଥରେ ଚାର୍ଜ ନେଲେ ୨୫୦ କିଲୋମିଟର ପର୍ଯ୍ୟନ୍ତ ଚାଲିବ ଏବଂ ଏହାକୁ ଚାର୍ଜ କରିବା ପାଇଁ ଡୁଆଲ ଗନ ଚାର୍ଜିଂ ସିଷ୍ଟମ ରହିଛି।
ଲଂଣ୍ଡନରେ ବସ୍ଟି ବେଶ ଆଦୃତ ଲାଭ କରିଛି। କମ୍ପନୀକୁ ୨୦୦ ଇଲେକ୍ଟ୍ରିକ ଡବଲ ଡେକର ବସ୍ର ଅର୍ଡର ଆହୁରି ମିଳିଛି ଏବଂ ଅନ୍ୟ ସହରରେ ମଧ୍ୟ ଏହିବସଟି ଖୁବଶୀଘ୍ର ଚଲେଇବାକୁ ଯୋଜନା ରହିଛି। କେନ୍ଦ୍ରୀୟ ମନ୍ତ୍ରୀଙ୍କ ଦ୍ୱାରା ଲଞ୍ଚ୍ କରାଯାଇଥିବା ଏହି ଏସି ଡବଲ ଡେକର ବସରେ ଅତି କମରେ ୭୮ ଏବଂ ସର୍ବାଧିକ ୯୦ ଯାତ୍ରୀ ବସି ପାରିବେ। ନୂଆ ବସରେ ଅଟୋମେଟିକ୍ ଡୋର, ସିସିଟିଭି କ୍ୟାମେରା ରହିଛି। ନୂଆ ଏସି ଡବଲ ଡେକର ବସ ଅଟୋମେଟିକ୍ ଟ୍ରାନ୍ସମିଶନ ସହିତ ବିଏସ-୬ ଶ୍ରେଣୀର ଅଟେ।