କରୋନା ପାଇଁ ଓଡ଼ିଶା ସରକାର ବେଶ ତତ୍ପରତା ଦେଖାଇଛନ୍ତି। ଲୋକଙ୍କୁ ସଚେତନତା କରେଇବା ସହ ଅନେକ ବଡ଼ ବଡ଼ ପଦକ୍ଷେପ ନେଇଛନ୍ତି। ଏହାରି ଭିତରେ କରୋନା ଭାଇରସକୁ ଦୃଷ୍ଟିରେ ରଖି କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। କ୍ୟାପିଟାଲ ହସ୍ପିଟାଲରେ ଆଉ ଏକ କରୋନା ଆଇସୋଲେସନ ୱାର୍ଡ ଖୋଲାଯିବା ପ୍ରକ୍ରିୟା ଆରମ୍ବ ହୋଇଛି। ଏଥିପାଇଁ ଆଜିଠୁ କାମ ଆରମ୍ଭ ହୋଇଛି। ଯେଉଁଥିରେ ୧୫ଟି ବେଡ ରହିବ। ଖୁବଶୀଘ୍ର ଏହା କାର୍ଯ୍ୟକ୍ଷମ ହେବ। ପୂର୍ବରୁ ୫ ବେଡ ବିଶିଷ୍ଟ କରୋନା ଆଇସୋଲେସନ ୱାର୍ଡ କ୍ୟାପିଟାଲ ହସ୍ପିଟାଲରେ ରହିଛି ଏବଂ କରୋନା ପାଇଁ ଗୋଟିଏ ସ୍ୱତନ୍ତ୍ର ICU ମଧ୍ୟ ଅଛି।