ନୂଆ ନିୟମ: କାଗଜପତ୍ର ଠିକ୍ ନଥିଲେ ପୋଲିସ ଉପସ୍ଥିତିରେ କିଣିବେ ହେଲମେଟ୍ ଓ ଇନ୍ସୁରାନ୍ସ ପଲିସି

ଯଦି ଟ୍ରାଫିକ ନିୟମ ଭାଙ୍ଗୁଥିବା ଗାଡି ଚାଳକଙ୍କ ପାଇଁ ଟ୍ରାଫିକ ପୋଲିସର ଅଭିନବ ପଦକ୍ଷେପ। ନିୟମ ଭାଙ୍ଗି ଧରାପଡିଲେ ଏଣିକି ଆଉ ତ୍ରାହି ନାହିଁ । ନିୟମ ଭାଙ୍ଗିଥିଲେ ଦେବେ ଫାଇନ ତା ସହିତ ପୋଲିସର ଉପସ୍ଥିତିରେ ଆବଶ୍ୟକୀୟ କାଗଜପତ୍ର ଯୋଗାଡ଼ କରିବେ। ଚେକିଂ ହେଉଥିବା ସ୍ଥାନରେ ରହିବେ ହେଲମେଟ୍ ବେପାରି ଓ ଇନ୍ସୁରାନ୍ସ କର୍ମଚାରୀ । ହେଲମେଟ୍ ନଥିଲେ ନେବେ ହେଲମେଟ , ଇନ୍ସୁରାନ୍ସ ନଥିଲେ କରିବେ ଇନ୍ସୁରାନ୍ସ ପଲିସି। ଏଭଳି ଯୋଜନା ଲାଗୁ କରିବାକୁ ପ୍ରସ୍ତୁତ ହେଉଛି କମିଶନରେଟ ପୋଲିସ । ଏନେଇ କିଛି ଇନ୍ସୁରାନ୍ସ ଅଧିକାରୀ ଓ ହେଲମେଟ କମ୍ପାନି ସହ ଆଲୋଚନା କରିଛି କମିସନରେଟ ପୋଲିସ। ନିୟମ ଉଲ୍ଲଙ୍ଘନକାରୀଙ୍କୁ ନିୟମ ଭାଙ୍ଗିଲେ ହେଲମେଟ୍ କି ପଲିସି ନେବା ବାଧ୍ୟତାମୂଳକ ହେବ।

Leave a Reply

Your email address will not be published. Required fields are marked *