ସେପ୍ଟେମ୍ବର ମାସ ପାଇଁ ରାଜ୍ୟ ସରକାର ଜାରି କଲେ ଅନଲକ ୪ ଗାଇଡଲାଇନ। କେନ୍ଦ୍ର ସରକାର ଅନଲକ ୪.୦ ଲାଗି ଗାଇଡଲାଇନ ଜାରି କରିବାର ଦିନକ ପରେ ରାଜ୍ୟ ସରକାର ଅନଲକ ୪.୦ ପାଇଁ ଗାଇଡଲାଇନ ଜାରି କରିଛନ୍ତି । ଏହି ଗାଇଡଲାଇନ ଅନୁସାରେ ରାଜ୍ୟ ସରକାର ରାଜ୍ୟରେ କଟକଣାକୁ କିଛିଟା କୋହଳ କରିଛନ୍ତି। ସେହିପରି କଣ୍ଟେନମେଣ୍ଟ ଜୋନଗୁଡ଼ିକରେ ଲକଡାଉନକୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । କିନ୍ତୁ କଣ୍ଟେନମେଣ୍ଟ ଜୋନ ବାହାରେ ଜିଲ୍ଲା ଓ ସବଡିଭିଜନରେ ଲକଡାଉନ ଲାଗୁ ହେବ ନାହିଁ। ଏଣୁ ସପ୍ତାହାନ୍ତ ସଟଡାଉନ ଆଉ ହେବ ନାହିଁ ବୋଲି ସ୍ପଷ୍ଟ ହୋଇଛି। ରାତ୍ରିକାଳିନ କର୍ଫ୍ୟୁକୁ ମଧ୍ୟ ଉଠାଇ ଦିଆଯାଇଛି।ଜାଣନ୍ତୁ କ’ଣ ହେଲା କୋହଳ
୧.ପରୀକ୍ଷା ପରିଚାଳନା, ମୂଲ୍ୟାଙ୍କନ ଓ ତତସଂପର୍କିତ ପ୍ରଶାସନିକ କାର୍ଯ୍ୟକୁ ଅନୁମତି ।
୨. ସେପ୍ଟେମ୍ବର ୨୧ ପରେ ଅନଲାଇନ ଶିକ୍ଷାଦାନ, ଅନଲାଇନ
ପରାମର୍ଶ ଲାଗି ସ୍କୁଲ ଓ ଗଣଶିକ୍ଷା ବିଭାଗ ୫୦ ପ୍ରତିଶତ ଶିକ୍ଷକ ଓ କର୍ମଚାରୀଙ୍କ ଉପସ୍ଥାନ
ପାଇଁ ଅନୁମତି ଦେଇପାରିବେ । ତେବେ ଏସବୁ କର୍ମଚାରୀମାନେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ
ଦ୍ୱାରା ଜାରି ଏସଓପି ପାଳନ କରିବେ ।
୩.ରାଜ୍ୟରେ ଓ ରାଜ୍ୟ-ରାଜ୍ୟ ମଧ୍ୟରେ ଲୋକମାନଙ୍କ ଓ ମାଲ ପରିବହନ
ନେଇ କୌଣସି କଟକଣା ରହିବ ନାହିଁ । ଏସବୁ ପାଇଁ କୌଣସି ସ୍ୱତନ୍ତ୍ର ପ୍ରକାରର ପାସ, ଇ-ପାସ ଆବଶ୍ୟକ ପଡ଼ିବ ନାହିଁ। ସେପ୍ଟେମ୍ବର ୧ରୁ ରାଜ୍ୟ
ମଧ୍ୟରେ ଓ ରାଜ୍ୟ-ରାଜ୍ୟ ମଧ୍ୟରେ ବସ ଚଳାଚଳକୁ ଅନୁମତି।
୪. ଜାତୀୟ ଦକ୍ଷତା ବିକାଶ ପ୍ରତିଷ୍ଠାନ, ଆଇଟିଆଇ ଏବଂ
ଜାତୀୟ ଦକ୍ଷତା ବିକାଶ ନିଗମ ଓ ରାଜ୍ୟ ଦକ୍ଷତା ବିକାଶ ମିଶନ ଦ୍ୱାରା ପରିଚାଳିତ ଦକ୍ଷତା ବିକାଶ
କେନ୍ଦ୍ରଗୁଡ଼ିକରେ ଦକ୍ଷତା ବିକାଶ ତାଲିମ ଲାଗି ୨୧ ତାରିଖ ପରେ ଅନୁମତି ଦିଆଯିବ ।
୫. ଲାବରୋଟୋରୀ ଆବଶ୍ୟକ କରୁଥିବା ପିଏଚଡି ଓ ପିଜି ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚ
ଶିକ୍ଷା ବିଭାଗ କେନ୍ଦ୍ର ଗୃହ ମନ୍ତ୍ରାଳୟର ଅନୁମତି ସହ ଅନୁମତି ଦେଇପାରିବେ ।