ମହାମାରୀ କରୋନା ସଙ୍କଟ ମଧ୍ୟରେ ଆମେରିକା ଓ ଚୀନ ମଧ୍ୟରେ ଉତ୍ତେଜନା ଦିନକୁ ଦିନ ବଢି ଚାଲିଛି। କୋଭିଡ୍-୧୯ର ଉତ୍ପତ୍ତିକୁ ନେଇ ଆମେରିକା, ଚୀନ ଉପରେ ଖପ୍ପା ରହିଛି। ଏହାରି ଭିତରେ ଆମେରିକାକୁ ଚେକ୍ ଦେବାକୁ ଚୀନ୍ ନିଜର ଦୁଇଟି ଯୁଦ୍ଧ ଜାହାଜ ତାଇଓ୍ଵାନ ସାଗରରେ ମୁତୟନ କରିଛି। ଚୀନର ଏହି ପଦକ୍ଷେପରେ ତାଇଓ୍ଵାନ ଭୟଭୀତ ରହିଛି। କାରଣ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେଲେ ତାର ପ୍ରତାସ ଦ୍ଵୀପପୁଞ୍ଜ କ୍ଷୟକ୍ଷତି ଘଟିବାର ଆଶଙ୍କା ରହିଛି। କାରଣ ପ୍ରତାସ ଦ୍ଵୀପପୁଞ୍ଜକୁ ଆକ୍ରମଣର ମୁଖ୍ୟ ଭୂମି ଭାବେ ବ୍ୟବହାର କରାଯାଇପାରେ। ପ୍ରତାସ ଦ୍ଵୀପ ନିକଟରେ ସାମରିକ ଅଭ୍ୟାସରେ ଏହି ଦୁଇ ବିମାନ ବାହକ ଜାହାଜକୁ ଯୁଦ୍ଧକାଳୀନ ଭାବେ ଚୀନ ମୁତୟନ କରିଛି। ତାଇଓ୍ଵାନ ପ୍ରସଙ୍ଗକୁ ନେଇ ଟ୍ରମ୍ପ ଜବାବ ଦେବା ପରେ ଚୀନ ଏହି ପଦକ୍ଷେପ ଉଠାଇଛି। ଟ୍ରମ୍ପ ଏହା ମଧ୍ୟ କହିଥିଲେ ଯେ, ଦରକାର ପଡିଲେ ଚୀନ ସହ ସମସ୍ତ ସଂପର୍କ ଛିନ୍ନ ହୋଇପାରେ। ଉଲ୍ଲେଖନୀୟ କୋଭିଡ୍-୧୯ର ଉତ୍ପତ୍ତିକୁ ନେଇ ଆମେରିକା ଓ ଚୀନ ମଧ୍ୟରେ ଉତ୍ତେଜନା ବଢିବାରେ ଲାଗିଛି। ଆମେରିକା କାର୍ଯ୍ୟାନୁଷ୍ଠାନ ସ୍ଵରୂପ ଚୀନର ୩୩ କମ୍ପାନୀକୁ କଳାତାଲିକାଭୁକ୍ତ କରିଛି। ଏହା ଉପରେ ପ୍ରତିକ୍ରିୟା ଦେଇ ଚୀନର ବୈଦେଶିକ ମନ୍ତ୍ରୀ ଓ୍ଵାଙ୍ଗ ଓ୍ଵି କହିଛନ୍ତି, ଆମେରିକା ଏକ ନୂତନ ଶୀତଳ ଯୁଦ୍ଧକୁ ଜନ୍ମ ଦେଉଛି।