ଭୁବନେଶ୍ୱର: ମାସିକ ସାମ୍ବାଦ ଭିତିକ ପତ୍ରିକା ଦୂରଦର୍ଶୀ ତରଫରୁ ଭୁବନେଶ୍ୱର ସ୍ଥିତ ଗୀତଗୋବିନ୍ଦ ସଦନ ଠାରେ ଚତୁର୍ଦଶ “ଦୂରଦର୍ଶୀ କ୍ରୀଡା ସମ୍ମାନ ୨୦୨୪ ” ଏବଂ ” କ୍ରୀଡା ଭିତିଭୂମି କ୍ଷେତ୍ରରେ ଓଡିଶାର ସ୍ଥିତି ” ଶୀର୍ଷକ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି l ଓଡିଶାର କ୍ରୀଡାର ଉନ୍ନତି ଓ କ୍ରୀଡ଼ାବିତ ତଥା କ୍ରୀଡା ସଂଗଠକ ମାନଙ୍କୁ ସମ୍ମାନ ଓ ପ୍ରୋତ୍ସାହକ ମାନଙ୍କୁ ସମ୍ମାନ, ସମ୍ବର୍ଦ୍ଧନା, ପ୍ରେରଣା, ଉତ୍ସାହ ଓ ପ୍ରୋତ୍ସାହନ ଯୋଗାଇବା ପାଇଁ ବିଗତ ଚଉଦ ବର୍ଷ ହେଲା ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି l ଦୂରଦର୍ଶିର ସମ୍ପାଦକ ଦୁର୍ଗା ପ୍ରସାଦ ସାମନ୍ତରାୟଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ,ରାଜ୍ୟ ସଭା ସାଂସଦ ସୁଭାଶିଷ ଖୁଣ୍ଟିଆ,ଭୁବନେଶ୍ୱର ମେୟର ସୁଲୋଚନା ଦାଶ, ଏସଏନଏମ ଗ୍ରୁପର ଏମଡି ପ୍ରବୋଧ ମହାନ୍ତି, ହକି ତାରକା ଅମିତ ରୋହିଦାସ, ,ଓଡିଶା ଅଥଲେଟିକ ଆସୋସିଏସନ ସଭାପତି ଜି ଶ୍ରୀନିବାସ ପଟ୍ଟନାୟକ,ଓଡିଶା ସିପାକ ଟ୍ରାକେର ସମ୍ପାଦକ ପୃଥ୍ଵୀରାଜ ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ l ଦୂରଦର୍ଶୀ ର ବ୍ୟୁରୋଚିଫ ପ୍ରସନ୍ନ ବିଷୋୟୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ l କ୍ରୀଡାର ବିକାଶ, ଭିତିଭୂମି ତଥା କ୍ରୀଡ଼ାବିତ ମାନଙ୍କୁ ପ୍ରୋତ୍ସାହନ ସମ୍ପର୍କରେ ମହାମାନ୍ୟ ଅତିଥି ମାନେ ପ୍ରେରଣା ଦାୟୀ ନିଜ ନିଜ ସୁଚିନ୍ତିତ ମତାମତ ପ୍ରଦାନ ସହିତ ଦୀର୍ଘ ୧୪ ବର୍ଷ ଧରି ଦୂରଦର୍ଶୀର ଏହି ମହତ ପ୍ରୟାସ ପାଇଁ ଧନ୍ୟବାଦ ଦେଇଥିଲେ l ଓଡିଶାର କୋଣ ଅନୁକୋଣ ରୁ ବିଭିନ୍ନ ବିଭାଗ ରେ ସଫଳତା ପାଇ ସୁନାମ ଅର୍ଜନ କରିଥିବା ବିଶିଷ୍ଟ କ୍ରୀଡ଼ାବିତ, କ୍ରୀଡା ପ୍ରଶିକ୍ଷକ, ସଂଗଠକ, କ୍ରୀଡା ସମୀକ୍ଷକ ଓ ସାମ୍ବାଦିକ ଏବଂ କ୍ରୀଡା ପୃଷ୍ଠ ପୋଷାକ ମାନଙ୍କୁ ଦୀର୍ଘ ୧୪ ବର୍ଷ ଧରି ସମ୍ମାନିତ କରାଯାଇ ଆସୁଛି l ହକି ତାରକା ଅମିତ ରୋହିଦାସ, ଓସିଏର ସିଇଓ ସୁବ୍ରତ ବେହେରା, ପରା ଅଲିମ୍ପିୟାନ ପ୍ରମୋଦ ଭଗତ, ଚେସ ତାରକା ସ୍ୱସ୍ତିକ ସ୍ୱାଇଁ, ବରିଷ୍ଠ କ୍ରୀଡା ସାମ୍ବାଦିକ ନିରଞ୍ଜନ ରେଡ଼ୀ, ସୁଶାନ୍ତ ସାହୁ, ସୁଟର ଶ୍ରୀଜିତା ବରାଳ, କରାଟେରେ ନ୍ୟାସ କୁମାରୀ, ସ୍ପୋର୍ଟ ଫିଜିଓ ଡ଼. ସମ୍ବିତ ମହାନ୍ତି, ଗଲ୍ଫରେ ବିକାଶ ଚନ୍ଦ୍ର ପଟ୍ଟନାୟକ,ଅଭିପସା ପଣ୍ଡା, ଜିମିନାସ୍ଟିକ କୋଚ ମୀରାରାଣୀ ଦାସ, ସିପାକ ଟ୍ରାକେ ରେ ଥବିର ନାୟକ, ଟାଇକେଣ୍ଡୋ ରେ ଏହାଶାସ ହୋତା, କୋଚ ଲିପ୍ସା ଷଡ଼ଙ୍ଗୀ, କୋଚ ଅନୁରାଧା ଦୋରା, ଆଇକାନିକ ଟ୍ରାନ୍ସଫରମେଶନ, କ୍ୟାପିଟାଲ ହାଇସ୍କୁଲ, କିଟ ୟୁନିଭରସିଟି ଓମେନ ଫୁଟବଲ ଟିମ, କେ ଟି ଗ୍ଲୋବାଲ ସ୍କୁଲ,ହୁଇଲ ଚେୟାର ଆସୋସିଏସନ, ଛତାବର କ୍ରିକେଟ କ୍ଲବ , ଆଦିକୁ ଦୂରଦର୍ଶୀ ସମ୍ମାନ ୨୦୨୪ ପ୍ରଦାନ କରାଯାଇଥିଲା l ଜଗନ୍ନାଥ ସ୍ୱାଇଁ ଧନ୍ୟବାଦ ଦେଇଥିଲେ l