ଭୁବନେଶ୍ୱର ଉତ୍କଳ ବିଶ୍ୱବିଦ୍ୟାଳୟରେ ମାଙ୍କଡ ଉତ୍ପାତ ଦେଖିବକୁ ମିଳିଛି। କମ୍ପ୍ୟୁଟର ସାଇନ୍ସ ବିଭାଗରେ କ୍ଳାସ ରୁମ ଭିତରେ ପଶି ଖାତା ବହି ନେଇଯିବା ସହ କିଛି ଛାତ୍ରଛାତ୍ରୀଙ୍କୁ କାମୁଡ଼ି ଖଣ୍ଡିଆ ଖାବରା କରିପକାଇଛନ୍ତି ମାଙ୍କଡ଼ ଦଳ। ଫଳରେ ଛାତ୍ରଛାତ୍ରୀ ଛାନିଆ ହୋଇ କ୍ଲାସ ବନ୍ଦ କରିଦେଇଥିଲେ। ଗତ ୪ ଦିନ ହେବ ମାଙ୍କଡ ଉତ୍ପାତ ବିଶ୍ୱବିଦ୍ୟାଳରେ ଦେଖିବାକୁ ମିଳିଛି। ମାଙ୍କଡ଼ଙ୍କ କାମୁଡାରେ ଆହତ ଛାତ୍ର ମାନେ ହସପିଟାଲରେ ଚିତ୍କିସିତ ହେଉଛନ୍ତି। ମାଙ୍କଡ ଭୟରେ କମ୍ପ୍ୟୁଟର ସାଇନ୍ସ ବିଭାଗରେ ପାଠପଢା ବାଧାପ୍ରାପ୍ତ ହୋଇଛି। ଫରେଷ୍ଟ କର୍ମଚାରୀ ଆସି ପରିସ୍ଥିତିକୁ ମଧ୍ୟ କାବୁ କରି ପାରିନାହାନ୍ତି। ଫଳରେ ବିଶ୍ୱବିଦ୍ୟାଳୟରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି।