ମହାରଥୀଙ୍କୁ ଭାରି ବାଧିଛି: କାଲି ଠାରୁ କିଛି ଖାଇନାହାଁନ୍ତି

ଶୂନ୍ୟକାଳରେ ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଉଗ୍ର ରୂପ ଦେଖିବାକୁ ମିଳିଲା। ଗତକାଲି ଘାଇଲା ହୋଇଥିଲେ ଆଜି ଗର୍ଜନ କଲେ। ଗତକାଲି ମହାରଥୀ ମନ୍ତ୍ରୀ ଥିବା ସମୟରେ ବିଭଗୀୟ ଅସଫଳତାକୁ ବଖାଣିଥିଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ଆଜି ନରଞ୍ଜନଙ୍କୁ ଭୁଲ ପ୍ରମାଣିତ କରିବାକୁ ଚେଷ୍ଟା କରିଥିଲେ ମହାରଥୀ। ଫଳରେ ନିଜର ଦଳ ମହାରଥୀଙ୍କୁ ଟାଗେର୍ଟ କରିଥିଲା। ପ୍ରଦୀପ ମହାରଥୀ ମନ୍ତ୍ରୀ ଥିବା ସମୟରେ ଆଳୁ ମିଶନ ଫେଲ, ଶୀତଳ ଭଣ୍ଡାର ସମସ୍ୟା ପରି ପ୍ରସଙ୍ଗକୁ ଟାଗେର୍ଟ କରିଥିଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ଯାହାକୁ ନେଇ ଆଜି ମହାରଥୀ ବର୍ଷିଛନ୍ତି। ନିରଞ୍ଜନଙ୍କୁ ଭୁଲ କହିଲେ। ନିରଞ୍ଜନ ପୂଜାରୀଙ୍କ ଭୁଲ ତଥ୍ୟକୁ ବିଧାନସଭା ରେକଡିଂରୁ ବାଦ୍‌ ନ ଦେଲେ ଗୃହ ମାଡିବେନି କହି ଓପନ୍‌ ଚ୍ୟାଲେଞ୍ଜ ଦେଲେ ମହାରଥୀ। ଆଉ ବଖାଣିଲେ ନିଜେ ମନ୍ତ୍ରୀଥିବା ସମୟର ସଫଳତାର ତାଲିକା। ଅନ୍ୟପଟେ ଶୂନ୍ୟକାଳର ଆଲୋଚନାକୁ ସର୍ବସାଧାରଣରେ ପ୍ରଘଟ କରିବାକୁ ମନା କଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ।

Leave a Reply

Your email address will not be published. Required fields are marked *