ସୋମବାର ପ୍ରଧାନମନ୍ତ୍ରୀ ମୋଦି ଓ ଆମେରିକାର ରାଷ୍ଟ୍ରପତି ଟ୍ରମ୍ପଙ୍କ ମଧ୍ୟରେ ପାଖାପାଖି ଅଧଘଣ୍ଟା ଧରି କଥାବାର୍ତ୍ତା ହୋଇଛି। ବିଭିନ୍ନ ପ୍ରସଙ୍ଗରେ ଏହି ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିବା କୁହାଯାଉଛି। ପାକିସ୍ତାନର ଆତଙ୍କବାଦୀ ଗତିବିଧି ସହ ଭାରତର ଆଭ୍ୟନ୍ତରଣ ମାମଲାରେ ପାକିସ୍ତାନ ମୁଣ୍ଡ ଖେଳାଉଥିବା କଥା ଏହି ଆଲୋଚନାର ମୁଖ୍ୟ ପ୍ରସଙ୍ଗ ହୋଇଥିଲା। ଏହାସହ ଭାରତ-ଆମେରିକା ଦ୍ୱିପାକ୍ଷିକ ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଛି। ସେପଟେ ମୋଦି-ଟ୍ରମ୍ପ 30 ମିନିଟର କଥାବାର୍ତ୍ତା ଖବର ଜଣା ପଡିବା ପରେ ପାକିସ୍ତାନର ଚିନ୍ତା ବିଢିଯାଇଛି। ପାକିସ୍ତାନର ସମସ୍ତ ନ୍ୟୁଜ୍ ଚ୍ୟାନେଲରେ ମୋଦି-ଟ୍ରମ୍ପ ଆଲୋଚନା ଖବର୍ ବ୍ରେକିଂ ନ୍ୟୁଜ୍ ହୋଇଛି।