ବିଧାୟକ ଅନନ୍ତ ନାରାୟଣ ଜେନାଙ୍କୁ ଜୋରିମାନା: ଜାଣନ୍ତୁ କେତେ ଟଙ୍କା ଆଉ କାହିଁକି ଦେଲେ

ନୂଆ ଟ୍ରାଫିକ ଆଇନ ଲାଗୁ ହେବାପରେ ସବୁଆଡେ ଚାଲିଛି ଜୋରଦାର ଯାଞ୍ଚ। ରାଜ୍ୟର ବିଭିନ୍ନ ସ୍ଥାନରେ ଧରପଗଡ଼ ଚାଲିଛି। ବିଶେଷକରି ରାଜଧାନୀରେ ଟ୍ରାଫିକ୍‌ ଉଲ୍ଲଂଘନକାରୀଙ୍କଠାରୁ ମୋଟା ଅଙ୍କର ଜୋରିମାନ ଆଦାୟ କରାଯାଉଛି। ଏହି ଜୋରିମାନରୁ ବାଦ୍‌ ପଡିନାହାନ୍ତି ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା। ଭୁବନେଶ୍ୱର ଏଜି ଛକରେ ବେଆଇନ ପାର୍କିଂ କରି ସେ ୫୦୦ ଟଙ୍କା ଜରିମାନା ଦେଇଛନ୍ତି।ଅନନ୍ତ ଉକ୍ତ ଛକରେ ଲୋକମାନଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ଗାଡିଟିକୁ ରାସ୍ତା ଉପରେ ବେଆଇନ ପାର୍କିଂ କରି ଚକୋଲେଟ ଏବଂ ଲିଫ୍‌ଲେଟ୍‌ ବଣ୍ଟନ କରୁଥିଲେ। ଏହା ଟ୍ରାଫିକ୍ ନିୟମ ଉଲଂଘନ କରୁଥିବାରୁ ବିଧାୟକଙ୍କୁ ମାତ୍ର ୫୦୦ ଟଙ୍କା ତଣ୍ଡ ଗଣିବାକୁ ପଡ଼ିଛି। ଏନେଇ ବିଧାୟକ କହିଛନ୍ତି, ମୋ ଡ୍ରାଇଭରଙ୍କ ଗାଡ଼ି ପାର୍କିଂ ଭୁଲ ଥିଲା ଫଳରେ ଫାଇନ ଦେବାକୁ ପଡିଲା। ଆଇନ ସମସ୍ତଙ୍କ ପାଇଁ ସମାନ। ହେଲେ ଏବେ ପ୍ରଶ୍ନ ଉଠୁଛି ଅନେକ ବ୍ୟକ୍ତିଙ୍କ ଠାରୁ ମୋଟା ଅଙ୍କର ଜୋରିମାନା ଆଦୟ କରାଯାଉଥିବା ବେଳେ ବିଧାୟକଙ୍କ ଠାରୁ ମାତ୍ର 500 ଟଙ୍କା ଆଦାୟ କରାଯିବା କଣ ଦର୍ଶାଉଛି।

Leave a Reply

Your email address will not be published. Required fields are marked *