ଆଜି ବିଶ୍ୱ ହୃଦୟ ଦିବସ, ତେବେ ଏହି ବିଶ୍ଵ ହୃଦୟ ଦିବସରେ ଥିମ୍ ରହିଛି ୟୁଜ ହାର୍ଟ ଫର ଆକ୍ସନ. ସାଧାରଣତଃ ଲୋକଙ୍କୁ ହୃଦରୋଗ ସମ୍ବନ୍ଧୀୟ ସଚେତନତା ପାଇଁ ଏହି ଦିବସ ପାଳନ କରାଯାଇଥାଏ। ଏହି ଅବସରରେ ଭୁବନେଶ୍ୱର ସ୍ଥିତ ନୂତନ କରି ଖୋଲିଥିବା ମ୍ୟାକନିଲ୍ ହସ୍ପିଟାଲରେ ଲୋକଙ୍କ ସଚେତନତା ପାଇଁ ଏକ ମିନି ମାରାଥନ ଅନୁଷ୍ଠିତ ହୋଇଯାଇଛି। ଏହି ମାରାଥନରେ ଶତାଧିକ ଧାବକ ଅଂଶଗ୍ରହଣ କରିଥିବା ବେଳେ ହସ୍ପିଟାଲର ଡ଼କ୍ଟର,ନର୍ସ ଓ ଅନ୍ୟାନ କର୍ମଚାରୀ ଯୋଗଦାନ କରିଥିଲେ । ମ୍ୟାକନିଲ୍ ହସ୍ପିଟାଲ ତରଫ ରୁ ମାରାଥନର ନା ହାର୍ଟ-ଏ-ଥନ୍ ରଖାଯାଇଥିଲା। ମାରାଥନ ଟି ପାଞ୍ଚ କିଲୋମିଟର ରହିଥିବା ବେଳେ ଏହା ମ୍ୟାକନିଲ୍ ହସ୍ପିଟାଲରୁ ଆରମ୍ଭ ହୋଇ କେଶୁରା ଦେଇ ପୁଣି ମ୍ୟାକନିଲ୍ ହସ୍ପିଟାଲ ରେ ପହଞ୍ଚିଥିଲା। ମୁଖ୍ୟ ଅତିଥି ଭାବେ ରୋଟାରୀଆନ୍ ଜିଜ୍ଞାସିଶ୍ ମହାପାତ୍ର ଓ ସମ୍ମାନୀତ ଅତିଥି ଭାବେ ବରିଷ୍ଠ ଡକ୍ଟର ହିମାଂଶୁ ଶତପଥୀ ଯୋଗ ଦେଇଥିବା ବେଳେ, ଅଭିନେତା ହରିହର ମହାପାତ୍ର, ବୁଲୁ ପଣ୍ଡା, ରିଶି ପଟ୍ଟନାୟକ, ପ୍ରଯୋଜକ ଶ୍ରୀଧର ମାର୍ଥା ପ୍ରମୁଖ ଯୋଗ ଦେଇ ଏହି ମାରାଥନ କୁ ପ୍ଲାଗ ଅଫ କରିଥିଲେ, ତେବେ ମାରାଥନ ର କୃତି ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ଅଂଶ ଗ୍ରହଣ କରିଥିବା ସମସ୍ତ ପ୍ରତିଯୋଗୀ ଙ୍କୁ ସାର୍ଟିଫିକେଟ ପ୍ରଦାନ କରା ଯାଇଥିଲା। ଏହି କାର୍ଯ୍ୟକ୍ରମରେ ଡାକ୍ତର ରଘୁନାଥ ବେଉରା ଡକ୍ଟର, ପୂର୍ଣ୍ଣଚନ୍ଦ୍ର ଓଝା ,ଡକ୍ଟର ନିହାର ରଞ୍ଜନ ପରିଡ଼ା ,ଡକ୍ଟର ଆଶୁତୋଷ ଦାସ, ଡକ୍ଟର ସୁମ ସୌରଭ ମିଶ୍ର, ଡକ୍ଟର କାହ୍ନୁ ପଣ୍ଡା ,ଡକ୍ଟର ଅମିରୁଲ ଇସଲାମ, ଡକ୍ଟର ଲିପ୍ସା ବିଶୋଇ, ଚିତ ରଞ୍ଜନ ବେଉରା, ଜିତେନ୍ କୁମାର ସାହୁ, ସଞ୍ଜୀବ କୁମାର ରାଉତ, ସେହେବାଜ୍ ଅଲ୍ଲୀ ଖାନ୍ନ ସାମିଲ ହୋଇ ପ୍ରତିଯୋଗୀ ଙ୍କୁ ଉତ୍ସାହିତ କରିଥିଲେ।