ପାକିସ୍ତାନରେ ଏବେ ଅଚଳାବସ୍ଥା ଦେଖା ଦେଇଛି। ଦର ଦାମ ହୁ ହୁ ହୋଇ ବଢିଚାଲିଛି। ବିଭିନ୍ନ ଆବଶ୍ୟକୀୟ ଜିନିଷ ପତ୍ର ଠାରୁ ଆରମ୍ଭ କରି ପରିବା ପତ୍ର ପର୍ଯ୍ୟନ୍ତ ସବୁଥିରେ ଆକାଶ ଛୁଆଁ ଦର। ସେପଟେ ଆତଂକବାଦୀ କାର୍ଯ୍ୟକଳାପ ପାଇଁ ବିଭିନ୍ନ ଦେଶରୁ ଆସୁଥିବା ଆର୍ଥିକ ସହାୟତା ଏବେ ପାକିସ୍ତାନକୁ ମିଳୁନାହିଁ। ଫଳରେ ଏବେ ପାକିସ୍ତାନ ଘୋର ଆର୍ଥିକ ସମସ୍ୟା ଦେଇ ଗତି କରୁଛି। ସାଧାରଣ ବଜାରରେ ଏହାର ପ୍ରଭାବ ଏବେ ପଡିଛି। ପାକିସ୍ତାନରେ କ୍ଷୀରର ମୂଲ୍ୟ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଛି। ପାକିସ୍ତାନର ବିଭିନ୍ନ ସହରରେ କ୍ଷୀର ଲିଟର୍ପିଛା ୧୪୦ ଟଙ୍କାରେ ବିକ୍ରି ହୋଇଛି। ମଜାର କଥା ହେଉଛି ପାକିସ୍ତାନରେ ପେଟ୍ରୋଲ୍ ଏବଂ ଡିଜେଲ୍ ମୂଲ୍ୟ କ୍ଷୀରର ମୂଲ୍ୟ ଠାରୁ କମ୍ ଅଛି।