ବର୍ଷା ଯୋଗୁ ମ୍ୟାଚ ବାଧାପ୍ରାପ୍ତ। ମାଞ୍ଚେଷ୍ଟର ଓଲ୍ଡ ଟ୍ରାଫର୍ଡ ଠାରେ ବିଶ୍ୱକପର ପ୍ରଥମ ସେମିଫାଇନାଲ ମ୍ୟାଚ ଖେଳାଯାଉ ଥିବା ସମୟରେ ବର୍ଷା ହୋଇଥିଲ। ନ୍ୟୁଜିଲ୍ୟାଣ୍ଡ ୪୬.୧ ଓଭର ଖେଳି ୨୧୧ ରନ କରିଥିବା ବେଳେ ବର୍ଷା ଦାଉ ସାଜିଥିଲ। ତେଣୁ ଅମ୍ପିୟାର ମ୍ୟାଚକୁ ବନ୍ଦ ରଖିଛନ୍ତିା ତେବେ ଦୀର୍ଘ ସମୟ ଧରି ମ୍ୟାଚ ବନ୍ଦ ରହିବାରୁ ସମୟ ଆଉ କମ ଅଛି । ତେଣୁ ବର୍ଷା ପରେ ଆଜି ଯଦି ମ୍ୟାଚ ହୁଏ ତେବେ ଭାରତକୁ ଡିଏଲ୍ ନିୟମ ଅନୁସାରେ ଏକ ଟାର୍ଗେଟ ଦିଅଯିବ ।
ତେବେ ଆସନ୍ତୁ ଜାଣିବା କଣ ହୋଇପାରେ ଭାରତର ଟାର୍ଗେଟ ରନ୍…
– ୪୬ ଓଭରରେ ୨୩୭ ରନର ଟାର୍ଗେଟ
– ୪୦ ଓଭରରେ ୨୨୩ ରନର ଟାର୍ଗେଟ
– ୩୫ ଓଭରରେ ୨୦୯ ରନର ଟାର୍ଗେଟ
– ୩୦ ଓଭରରେ ୧୯୨ ରନର ଟାର୍ଗେଟ
– ୨୫ ଓଭରରେ ୧୭୨ ରନ ଟାର୍ଗେଟ
– ୨୦ ଓଭରରେ ୧୪୮ ରନ୍ ଟାର୍ଗେଟ