ଆସନ୍ତା ୧୬ ତାରିଖରୁ କାମ କରିବନି ଆପଣଙ୍କ ଡେବିଟ କାର୍ଡ ଓ କ୍ରେଡିଟ କାର୍ଡ। ଅନ୍ଲାଇନ୍ ଟ୍ରାଞ୍ଜେକସନ୍ କରୁନଥିଲେ ଆପଣଙ୍କ ଡେବିଟ କାର୍ଡ ଓ କ୍ରେଡିଟ କାର୍ଡ ଅଚଳ ହୋଇଯିବ, କେବଳ ଏଟିଏମରେ ଠିଆ ହୋଇ ଟଙ୍କା ଉଠାଣ ଓ ଜମା କରିପାରିବେ। କୈାଣସି ଅନଲାଇନ୍ କାରବାର କରିପାରିବେ ନାହିଁ ଗ୍ରାହକ। ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଜାରି କରିଛି ଏଭଳି ନିର୍ଦ୍ଦେଶନାମା । ତେଣୁ କାର୍ଡ ବ୍ୟବହାର କରୁଥିଲେ, ଆପଣଙ୍କୁ ଅନ୍ଲାଇନ୍ କାରବାର କରିବା ଏବେ ବାଧ୍ୟତାମୂଳକ ହୋଇଛି। ଯଦି ଡେବିଟ୍ କାର୍ଡ ଓ କ୍ରେଡ଼ିଟ କାର୍ଡକୁ କେବଳ ଅଫଲାଇନରେ ସ୍ୱାପ୍ କରୁଛନ୍ତି ତେବେ ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇପାରେ। ରିଜର୍ଭ ବ୍ୟାଙ୍କ ଏଭଳି ନିର୍ଦ୍ଦେଶନାମା ଜରି କରିଛି ଯେତେବେଳେ ଭାରତରେ କରୋନା ପାଇଁ ହାହାକାର ପଡ଼ିଛି। ଲୋକେ ଘରୁ ବାହାରିବାକୁ ଡରୁଛନ୍ତି।