ପ୍ରତ୍ୟେକ ଦିନ ବିଭିନ୍ନ ରାଜ୍ୟରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଓଡ଼ିଶା ଅଭିମୁଖେ ଆସୁଛି ସ୍ୱତନ୍ତ୍ର ଟ୍ରେନ୍। ବିଶେଷ କରି ଖୋର୍ଦ୍ଧା ରୋଡ୍, ଗଂଜାମର ଜଗନ୍ନାଥପୁର ଷ୍ଟେସନରେ ଏହି ଟ୍ରେନ୍ ପ୍ରବାସୀ ଓଡ଼ିଆଙ୍କୁ ଓହ୍ଲାଇଥାଏ। ସେଠାରୁ ବସ୍ ଯୋଗେ ପ୍ରାବାସୀ ଓଡ଼ିଆ ମାନେ ନିଜ ନିଜ ଅଞ୍ଚଳକୁ ଯାଇଥାନ୍ତି।ଏବେ କିନ୍ତୁ ପ୍ରବାସୀ ଓଡ଼ିଆମାନଙ୍କୁ ନେଇ ଆସୁଥିବା ସ୍ୱତନ୍ତ୍ର ଟ୍ରେନ ଭଦ୍ରକ ଷ୍ଟେସନ ପର୍ଯ୍ୟନ୍ତ ଆସିପାରେ। ଏଥିପାଇଁ ପ୍ରଶାସନିକସ୍ତରରେ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ରବିବାର ସନ୍ଧ୍ୟାରେ ଜିଲାପାଳ ଡ. ଜ୍ଞାନ ରଞ୍ଜନ ଦାସ, ଏସ୍ପି ରାଜେଶ ପଣ୍ଡିତ, ପିଡି ମଧୁସୂଦନ ଦାସଙ୍କ ସମେତ ବହୁ ଜିଲାସ୍ତରୀୟ ଅଧିକାରୀ ପହଞ୍ଚି ଷ୍ଟେଶନ ମାଷ୍ଟର ଓ ଅନ୍ୟାନ୍ୟ କର୍ମକର୍ତ୍ତାଙ୍କ ସହ ଆଲୋଚନା କରି ବିଭିନ୍ନ ସ୍ଥାନ ବୁଲି ଦେଖିଥିଲେ। ପ୍ରଶାସନ ପକ୍ଷରୁ ଏନେଇ ସମୟ ନିର୍ଦ୍ଦିଷ୍ଟ ଭାବେ କୁହାଯାଇନାହିଁ କିନ୍ତୁ ଏଠାରେ ବିଭିନ୍ନ ଜିଲାର ପ୍ରବାସୀ ପହଞ୍ଚିବା ପରେ ସେମାନଙ୍କୁ ସ୍ୱତନ୍ତ୍ର ବସ୍ ଯୋଗେ ଏଠାରୁ ନିଜ ନିଜ ଜିଲ୍ଲାକୁ ପଠାଯିବ ବୋଲି ଜଣାପଡ଼ିଛି।