ଦୀର୍ଘ ୯ମାସ ପରେ ହେବ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ। କୋଭିଡ଼୍ କଟକଣା ଭିତରେ ଆସନ୍ତାକାଲି ଠାରୁ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ହେବ। ଆସନ୍ତା କାଲିଠାରୁ ଜାନୁଆରୀ ୩୧ ତାରିଖ ଯାଏ ଲିଙ୍ଗରାଜ ମନ୍ଦିର ସେବାୟତ ଓ ସେମାନଙ୍କୁ ଦର୍ଶନ ଅନୁମତି ଦିଆଯାଇଛି। ମନ୍ଦିର ଖୋଲିବା ପୂର୍ବରୁ ଆଜି ଚାରିପାଖକୁ ସାନିଟାଇଜ୍ କରାଯାଇଛି । ଜାନୁଆରୀ ୧ ଓ ୨ ତାରିଖ ଦୁଇଦିନ ଦର୍ଶନ ବନ୍ଦ ରହିବ। ଜାନୁଆରୀ ୩ ତାରିଖଠାରୁ ୫ ତାରିଖ ଯାଏ ଭୁବନେଶ୍ୱର ଓ ଖୋର୍ଦ୍ଧା ଲୋକଙ୍କୁ ଦର୍ଶନ ସୁବିଧା ମିଳିବ। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ତିନିଥାକିଆ ସୁରକ୍ଷା ଓ ଯାଞ୍ଚ ବ୍ୟବସ୍ଥା କରାଯାଇଛି । ସେହିପରି 6 ତାରିଖ ଠାରୁ ସାଧାରଣ ଲୋକ ଦର୍ଶନ କରିପାରିବେ। ଏଥିପାଇଁ ବ୍ୟାରିକେଡ୍ ବ୍ୟବସ୍ଥା ସହିତ ମନ୍ଦିରରେ ନିୟୋଜିତ ହେବାକୁ ଥିବା ସେବାୟତ ଓ ପୋଲିସ କର୍ମଚାରୀଙ୍କ କୋଭିଡ ପରୀକ୍ଷା କରାଯାଇଛି। ଦର୍ଶନ ପାଇଁ ପରିଚୟପତ୍ର ବାଧ୍ୟତାମୂଳକ ଥିବାବେଳେ କୋଭିଡ୍ ନେଗେଟିଭ୍ ରିପୋର୍ଟ ଦେବାକୁ ପଡ଼ିବ।