ରାଜଧାନୀ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଆସନ୍ତାକାଲି ସମସ୍ତେ ମିଶି ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ ଗାନକରିବେ। ଯେଉଁଥିରେ ଏକତ୍ରିତ ହେବେ ନେତା, ଅଭିନେତା, ଅଧିକାରୀ ଓ ଆଥଲେଟ୍। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ସଂନ୍ଧ୍ୟା ସାଢ଼େ ୫ଟାରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଜଣାଶୁଣା କ୍ରୀଡ଼ାବିତ୍ ଓ ଓଡ଼ିଆ ଚଳଚ୍ଚିତ୍ର ଜଗତର ତାରକାମାନେ ଯୋଗଦେବେ। ଏହାସହ ମନ୍ତ୍ରୀ ଓ ଅଧିକାରୀ ମଧ୍ୟ ଏଥିରେ ସାମିଲ ହେବେ। କାର୍ଯ୍ୟକ୍ରମରେ କ୍ରୀଡ଼ା ଓ ଯୁବ ସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା, କ୍ରୀଡ଼ା ସଚିବ ବିଶାଲ ଦେବ, କ୍ରୀଡ଼ା ନିର୍ଦ୍ଦେଶକ ଆର ଭିନିଲ କ୍ରିଷ୍ଣା ଓ କ୍ରୀଡ଼ା ଓ ଯୁବ ସେବା ବିଭାଗର ଅନ୍ୟାନ୍ୟ ଅଧିକାରୀମାନେ ଯୋଗଦେବେ। ସେହିପରି ଦୌଡ଼ରାଣୀ ଦୁତୀଚାନ୍ଦ ଓ ଅନ୍ୟ ତାରକା ଆଥଲେଟ୍ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେବେ।