ରାଜ୍ୟପାଳଙ୍କ ଡେଡ଼ଲାଇନକୁ ମାନିଲେ ନାହିଁ ବାଚସ୍ପତି

କର୍ଣ୍ଣାଟକ ରାଜନୈତିକ ସଙ୍କଟ ଜାରିରହିଛି। ବିଧାନସଭାରେ ଆସ୍ଥା ଭୋଟ୍‌ ପାଇଁ ରାଜ୍ୟପାଳ ଦେଇଥିବା ଡେଡ୍‌ ଲାଇନ୍‌ ତିନି ତିନି ଥର ପୂରିଯାଇଛି । ଏହା ପରେ ବି ଆସ୍ଥା ଭୋଟ୍‌ ହୋଇପାରି ନାହିଁ । ଆସନ୍ତା ସୋମବାର ଯାଏ ଗୃହ ମୁଲତବୀ ରଖାଯାଇଛି । 3 ଥର ଆସ୍ଥା ଭୋଟ୍‌ ପାଇଁ ରାଜ୍ୟପାଳ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ରାଜ୍ୟପାଳଙ୍କ କଥା ମୁଖ୍ୟମନ୍ତ୍ରୀ କି ବାଚସ୍ପତି ଶୁଣିବାକୁ ନାରାଜ। ଶୁକ୍ରବାର ସନ୍ଧ୍ୟା ୬ଟା ଡେଡ଼ ଲାଇନ ଥିଲା ତାହା ମଧ୍ୟ ହୋଇନାହିଁ । ବିଧାନସଭାରେ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ସଂଖ୍ୟା ଗରିଷ୍ଠତାର ପ୍ରମାଣ କ’ଣ ଦେବେ, ଓଲଟା ରାଜ୍ୟପାଳଙ୍କ ନିର୍ଦେଶକୁ ଚ୍ୟାଲେଞ୍ଜ୍‌ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସେପଟେ ବିଧାନସଭାରେ ବିଜେପି ସ୍ୱାଧିକାର ଭଙ୍ଗ ନୋଟିସ ଆଣିବ ବୋଲି କହିଛି । ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ କହିଛନ୍ତି, ବିଦ୍ରୋହୀ ବିଧାୟକଙ୍କୁ ବିଜେପିରେ ସାମିଲ ହେବା ପାଇଁ ୪୦ କୋଟିରୁ ୫୦ କୋଟି ଟଙ୍କା ଯଚା ଯାଉଛି । ସରକାର ଭାଙ୍ଗିବାକୁ ବିଜେପି ରୀତମତ ପ୍ରୟାସ କରୁଛି ବୋଲି କୁମାରସ୍ୱାମୀ ଅଭିଯୋଗ କରିଛନ୍ତି । କଂଗ୍ରେସ-ଜେଡିଏସ୍‌ ମେଣ୍ଟ ଜାଣିଶୁଣି ସମୟ ଗଡ଼ାଇବାକୁ ଚାହୁଁଥିବା ବିଜେପି ଅଭିଯୋଗ କରିଛି।

Leave a Reply

Your email address will not be published. Required fields are marked *