ବିସିସିଆଇ କ୍ରିକେଟ୍ ଆଡଭାଇଜରି କମିଟିର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି କପିଲ୍ ଦେବ । ବିସିସିଆଇ ଦ୍ୱାରା ନିଯୁକ୍ତ ୩ ଜଣିଆ କ୍ରିକେଟ୍ ଆଡଭାଇଜରି କମିଟିର ସଦସ୍ୟା ଥିବା ଶାନ୍ତା ରଙ୍ଗାସ୍ୱାମୀଙ୍କ ଇସ୍ତଫା ପରେ କପିଲ୍ ଦେବ୍ ଏହାର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି । କପିଲ ତାଙ୍କର ଇସ୍ତଫା ପତ୍ର ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ବିସିସିଆଇ ପରିଚାଳନା ଲାଗି କମିଟି ଅଫ୍ ଆଡମିନିଷ୍ଟ୍ରେଟର୍ସଙ୍କୁ ଇମେଲ ମାଧ୍ୟମରେ ପଠାଇ ଦେଇଛନ୍ତି । ଇସ୍ତଫାର କୌଣସି କାରଣ ଦର୍ଶାଇ ନାହାନ୍ତି କପିଲ୍ ଦେବ।୨୦୧୯ ଜୁଲାଇ ମାସରେ କପିଲ ଦେବଙ୍କୁ କ୍ରିକେଟ ଆଡଭାଇଜରି କମିଟିର ଅଧ୍ୟକ୍ଷ ନିଯୁକ୍ତ କରାଯାଇଥିଲା । ଭାରତୀୟ ପୁରୁଷ ଓ ମହିଳା କ୍ରିକେଟ୍ ଦଳର ମୁଖ୍ୟ କୋଚ ଚୟନ ଦାୟିତ୍ୱ ଏହି କମିଟି ଉପରେ ନ୍ୟସ୍ତ ରହିଥିଲା।