ବିଗିଡିଲା କାଳିଆର ସ୍ୱାସ୍ଥ୍ୟାବସ୍ଥା: ସରକାରଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ

ଅସ୍ତ୍ରୋପଚାର କରାଯାଇ ଜଗା-କାଳିଆଙ୍କୁ ଅଲଗା କରାଗଲା। ହେଲେ ଜଗା ଏବେ ସୁସ୍ଥ ଥିବା ବେଳେ କାଳିଆର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇଛି । କାଳିଆକୁ ଏସ୍‌ସିବି ମେଡ଼ିକାଲରେ ଭେଣ୍ଟିଲେଟରରେ ରଖାଯାଇଛି । ସ୍ୱତନ୍ତ୍ର ଡାକ୍ତରୀ ଟିମ୍‌ କାଳିଆକୁ ଚିକିତ୍ସା କରୁଛନ୍ତି। ଛାତିରେ ସଂକ୍ରମଣ ଯୋଗୁଁ ତାକୁ ଭେଣ୍ଟିଲେଟର୍‌ରେ ରଖାଯାଇଛି ବୋଲି କୁହାଯାଉଛି। କିଛିଦିନ ପୂର୍ବେ ଜଗା ଓ କାଳିଆଙ୍କୁ ନୂଆଦିଲ୍ଲୀର ଏମ୍‌ସ୍‌ରୁ ଆଣି କଟକ ଏସ୍‌ସିବି ମେଡିକାଲରେ ଚିକିତ୍ସା କରାଯାଉଛି। ୧୪ ଜଣିଆ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଚବିଶ ଘଣ୍ଟା ଦୁଇ ଶିଶୁଙ୍କ ଉପରେ ନଜର ରଖିଛନ୍ତି। ଜଗା ଧିରେ ଧିରେ ସୁସ୍ଥ ହୋଇଛି। ସେ ସମସ୍ତଙ୍କ ସହିତ ମିଶିବା ସହିତ ପାଠ ମଧ୍ୟ ପଡ଼ୁଛି। କିନ୍ତୁ କାଳିଆ ଛାତିରେ ସଂକ୍ରମଣ ହୋଇଛି। ଯେଉଁଥିପାଇଁ ଭେଣ୍ଟିଲେଟର୍‌ରେ ରଖାଯାଇଛି। ସେପଟେ କାଳିଆର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ଘଟଣାରେ ରାଜ୍ୟସରକାରଙ୍କ ନିଷ୍ପତ୍ତିକୁ ଅନେକ ଲୋକେ ଭୁଲ ବୋଲି କହିଛନ୍ତି। ଦିଲ୍ଲୀ ଏମ୍ସରୁ କାଳିଆକୁ କଟକ ଆଣିବାର ନଥିଲା ବୋଲି ଅନେକ କହିଛନ୍ତି।

Leave a Reply

Your email address will not be published. Required fields are marked *