ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ଜଷ୍ଟିସ୍ ଶରଦ ଅରବିନ୍ଦ ବୋବଡେ। ତାଙ୍କ ନାଁରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ରଞ୍ଜନ ଗୋଗୋଇଙ୍କ ପରେ ଜଷ୍ଟିସ୍ ବୋବଡେ ହେବେ ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି। ବର୍ତ୍ତମାନର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଜଷ୍ଟିସ୍ ବୋବଡେଙ୍କ ନାଁ ସୁପାରିଶ୍ କରିଥିଲେ। ନଭେମ୍ବର ୧୮ରେ ସେ ସିଜେଆଇ ଭାବେ ଶପଥ ଗ୍ରହଣ କରିବେ। ନଭେମ୍ବର ୧୭ରେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଅବସର ନେବାକୁ ଯାଉଛନ୍ତି। ତାଙ୍କ ପରେ ଶରଦ ଅରବିନ୍ଦ ବୋବଡେଙ୍କ ନାମ ସୁପାରିଶ କରାଯାଇଥିଲା। ସିଜେଆଇ ରଞ୍ଜନ ଗୋଗୋଇ କେନ୍ଦ୍ର ସରକାରଙ୍କୁ ଏଥିପାଇଁ ପତ୍ର ଲେଖିଥିଲେ। ଏହାପରେ ଏବେ ବୋବଡେଙ୍କ ନାମରେ ରାଷ୍ଟ୍ରପତି ମୋହର ଲଗାଇଛନ୍ତି। ବୋବଡେ ନଭେମ୍ବର ୧୮ରେ ଚିଫ୍ ଜଷ୍ଟିସ୍ ଭାବରେ ଶପଥ ନେବାକୁ ଯାଉଛନ୍ତି।