ପୁନର୍ଗଠନ ବିଲ୍‌ ରାଜ୍ୟସଭାରେ ପାସ୍: ଜାଣନ୍ତୁ କେଉଁ ଦଳ ସମର୍ଥନ କଲେ ଓ କିଏ କଲା ବିରୋଧ

ଜମ୍ମୁ-କାଶ୍ମୀର ପୁନର୍ଗଠନ ବିଲ୍‌ ରାଜ୍ୟସଭାରେ ପାସ୍ । ଜମ୍ମୁ-କାଶ୍ମୀରକୁ ଦୁଇଟି କେନ୍ଦ୍ର ଶାସିତ ପ୍ରଦେଶ ରୂପ ଦେବା ପାଇଁ ବିଧେୟକକୁ ରାଜ୍ୟସଭାରୁ ମଞ୍ଜୁରୀ ମିଳିଛି। ସଂସଦର ଉଚ୍ଚ ସଦନରେ ଏହି ବିଧେୟକକୁ ପାରିତ କରାଯାଇଛି। ପୁନର୍ଗଠନ ବିଲ୍ ଉପରେ ହୋଇଥିବା ମତଦାନରେ ସପକ୍ଷରେ ୧୨୫ ଏବଂ ବିପକ୍ଷରେ ୬୧ଟି ଭୋଟ୍ ପଡ଼ିଥିଲା। ଏହି ବିଲ୍ ପାଇଁ ରାଜ୍ୟସଭାରେ କାଗଜ କଲମରେ ଭୋଟିଂ ହୋଇଥିଲା। ବିଲ୍ ସପକ୍ଷରେ ୧୨୫ଟି ଭୋଟ ପଡ଼ିଥିବା ବେଳେ ବିପକ୍ଷରେ ୬୧ ଜଣ ସଦସ୍ୟ ମତ ଦେଇଥିଲେ। ଏହି ବିଲକୁ କଂଗ୍ରେସ ସମେତ ଡିଏମକେ, ଜେଡିୟୁ, ଏନ୍‌ସି, ଆରଜେଡି, ସିପିଆଇ, ସିପିଆଇଏମ, ପିଡିପି, ଏଡିଏମକେ ଓ ଟିଏମସି ବିରୋଧ କରିଥିଲେ। ସେହିପରି ବିଲ ସପକ୍ଷରେ ବିଜେପି, ବିଜେଡି, ୱାଇଏସ୍‌ଆରସିପି, ଏଆଇଏଡିଏମକେ, ବିଏସ୍‌ପି, ଟିଡିପି ଓ ଆପ୍‌ ଦଳ ସମର୍ଥନ କରିଥିଲେ। ବିଲ୍‌ ଅନୁଯାୟୀ, ଜମ୍ମୁ-କଶ୍ମୀର ଆଉ ରାଜ୍ୟ ମାନ୍ୟତା ପାଇବ ନାହିଁ। ଅର୍ଥାତ ଜମ୍ମୁ-କଶ୍ମୀରକୁ କେନ୍ଦ୍ର ଶାସିତ ଅଞ୍ଚଳ ହେବ, ଏଠାରେ ବିଧାନସଭା ରହିବ। ସେହିପରି ରାଜ୍ୟପାଳଙ୍କ ବଦଳରେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ରହିବେ। ଏବେ ଲୋକସଭାରେ ମଙ୍ଗଳବାର ଏହି ବିଲ ଉପରେ ଚର୍ଚ୍ଚା  ହେବ।

Leave a Reply

Your email address will not be published. Required fields are marked *