ଦୀପାବଳି ପୂର୍ବରୁ ଗ୍ରାହକଙ୍କୁ ବଡ଼ ଧରଣର ଝଟକା ଦେଲା ଜିଓ ନେଟୱାର୍କ। ଏଣିକି ମାଗଣା କଲ କରିହେବନାହିଁ। କଲ୍ କଲେ କଟିବ ବାଲାନ୍ସ । ଗ୍ରାହକଙ୍କୱୁ ଜିଓ ନେଟୱାର୍କ ଛାଡ଼ି ଅନ୍ୟ ନେଟୱାର୍କକୁ କଲ କଲେ ପ୍ରତି ମିନିଟ ପିଛା 6 ପାଇସା ଦେବାକୁ ପଡ଼ିବ। ତେବେ ଜିଓକୁ ଜିଓ ପୂର୍ବଭଳି ମାଗଣା କଲ କରିହେବ। ଟ୍ରାଇ ପକ୍ଷରୁ ହୋଇଥିବା ନୂଆ ନିୟମ ଅନୁଯାୟୀ ଜିଓ ନେଟୱର୍କକୁ ପ୍ରାୟ ୧୩,୫୦୦ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ଛି। ଇଣ୍ଟରକନେଟ୍ ୟୁସୁଜେ ଚାର୍ଜକୁ ମାଗଣା କଲ ସେବା ପାଇଁ କୋଟି କୋଟି ଟଙ୍କା ଜିଓ ପକ୍ଷରୁ ଦିଆଯାଉଛି। ଦିନକୁ ଦିନ ଋଣ ଭାର ବଢ଼ୁଥିବାରୁ ଜିଓର ପକ୍ଷରୁ ଏହି ସୂଚନା ଦେଇଛନ୍ତି। 10 ଅକ୍ଟୋବର ଠାରୁ ଏହି ନୂଆ ନିୟମ ଲାଗୁ ହେବ ବୋଲି ଜଣାପଡ଼ିଛି। ତେବେ ଜିଓ ପକ୍ଷରୁ କିଛି ନୂଆ ଅଫର ଘୋଷଣା କରାଯାଇଛି, ୧୦ ଟଙ୍କାରେ ଅନ୍ୟ ନେଟୱର୍କକୁ ୧୨୪ ମିନିଟ୍ ପର୍ଯ୍ୟନ୍ତ କଲ ଓ ଗୋଟିଏ ଜିବି ଡାଟା ମିଳିବ। ସେହିପରି ୨୦ ଟଙ୍କାରେ ୨୪୯ ମିନିଟ୍ ପର୍ଯ୍ୟନ୍ତ କଲ ଓ ୨ ଜିବି ଡାଟା ମିଳିବ। ୫୦ ଟଙ୍କିଆ ରିଚାର୍ଜରେ ୬୫୬ ମିନିଟ୍ ପର୍ଯ୍ୟନ୍ତ କଲ ଓ ୫ ଜିବି ଡାଟା ଓ ୧୦୦ ଟଙ୍କିଆ ରିଚାର୍ଜରେ ୧୩୬୨ ମିନିଟ୍ ପର୍ଯ୍ୟନ୍ତ ଅଲଗା ନେଟୱର୍କକୁ କଲ ଓ ୧୦ ଜିବି ଡାଟା ମିଳିବ।