କର୍ଣ୍ଣାଟକ ସରକାରଙ୍କୁ ଘାରିଛି ବିଧାୟକ ଚୋରୀ ଭୟ, ରାତିକୁ ୨୫ ହଜାର ଟଙ୍କା ଦେଇ ବିଧାୟକଙ୍କୁ ଲୁଚାଇ ରଖିଛି ଜେଡିଏସ

୧୪ ବିଧାୟକଙ୍କୁ ମୁମ୍ବାଇରୁ ଗୋଆ ପଠାଇଲା ବିଜେପି । କଂଗ୍ରେସ-ଜେଡିଏସର ୧୩ ଜଣ ବିଧାୟକ ଇସ୍ତଫା ଦେବାପରେ ମୁମ୍ବାଇର ଏକ ତାରକା ହୋଟଲରେ ଯାଇ ରହିଥିଲେ। ଏହାପରେ ଆଜି ଆଉ ଜଣେ ସ୍ୱାଧିନ ବଧାୟକ ମଧ୍ୟ ଇସ୍ତଫା ଦେବାପରେ ସେହି ହୋଟଲରେ ଯାଇ ରହିଥିଲେ। ଖବର ଜଣାପଡିବା ପରେ କଂଗ୍ରେସ କର୍ମୀ ସେହି ହୋଟଲ ସମ୍ମୁଖରେ ଆନ୍ଦୋଳନ କରିଥିଲେ। ଫଳରେ ଏହି ବିଧାୟକଙ୍କୁ ସୁରକ୍ଷା ଦୃଷ୍ଟିକୋଣରୁ ଏବେ ମୁମ୍ବାଇରୁ ଗୋଆ ନିଆଯାଇଛିା

ସେପଟେ ଆଉ କେହି ବିଧାୟକ ଯେମିତି ଇସ୍ତଫା ନ ଦିଅନ୍ତୁ କିମ୍ବା ବିଜେପିକୁ ସମର୍ଥନ ନ କରନ୍ତୁ ସେଥିପାଇଁ ଜେଡିଏସ ନିଜ ବିଧାୟକଙ୍କୁ ତାରକା ହୋଟଲରେ କଡା ସରୁକ୍ଷା ଭିତରେ ଲୁଚାଇ ରଖିଛି। ବିଧାୟକଙ୍କ ରହିବା ପାଇଁ ୧୦ଟି ପ୍ରାଇଭେଟ୍ ପୁଲ ଭିଲା, ୭ଟି ବଙ୍ଗଳା ସହ ଡିଲକ୍ସ ରୁମ୍ ବୁକ କରିଛନ୍ତି କୁମାରସ୍ୱାମୀ ସରକାର । ପୁଲ ଭିଲାର ଗୋଟିଏ ରାତିର ଦାମ ରହିଛି ୨୫ ହଜାର ଟଙ୍କ।।

Leave a Reply

Your email address will not be published. Required fields are marked *