ଲକ୍ଡାଉନ୍ ପାଇଁ ସଙ୍କଟରେ ଯାତ୍ରା କଳାକାର। ହାତରେ କାମ ନାହିଁ ତେଣୁ ଘରେ ବସି ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏମାନେ। ସରକାର ସମସ୍ତଙ୍କ ପାଇଁ ସବୁକିଛି କରୁଥିଲା ବେଳେ ଯାତ୍ରାକୁ ସମ୍ପୂର୍ଣ୍ଣ ଭୁଲିଯାଇଛନ୍ତି। ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦୁଃଖ ଜଣାଇବାକୁ ନବୀନ ନିବାସରେ ପହଞ୍ଚିଛନ୍ତି ଯାତ୍ରା କଳାକାର। ଏହି ଅବସରରେ ଯାତ୍ରା କଳାକାର ଓ କର୍ମଚାରୀ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀନବୀନ ପଟ୍ଟନାୟକଙ୍କ ଊଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଯାତ୍ରା କଥା ବିଚାର କରି ସହାୟତା ପ୍ରଦାନ କରିବାକୁ କଳାକାରମାନେ ନିବେଦନ କରିଛନ୍ତି। ପରେ କଳାକାରମାନେ ମନ୍ତ୍ରୀ ପ୍ରତାପ ଜେନା ଓ ବିଧାୟକ ବିଷ୍ଣୁ ଦାସଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ମଙ୍ଗଳବାର ଦିନ ଏହି ବିଷୟରେ କୃଷି ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଏବଂ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଓ ସାଂସଦ ସୁଜିତ କୁମାରଙ୍କ ସହିତ ଆଲୋଚନା ହେବ ବୋଲି ସଂଘ ପକ୍ଷରୁ କୁହାଯାଇଛି।