“ଜଗବନ୍ଧୁ ଜରାଶ୍ରମ” ତରଫରୁ ଶୀତବସ୍ତ୍ର ,କମ୍ବଳ ବଣ୍ଟନ

ଭୁବନେଶ୍ୱର (୧୭.୧୨.୨୫) : ଅନନ୍ୟ ତଥା ନିଆରା ସେବା ପ୍ରତିଷ୍ଠାନ ” ଜଗବନ୍ଧୁ ଜରlଶ୍ରମ” ତରଫରୁ ଗରିବ ଅସହାୟ,ନିସହାୟ,ଭିନ୍ନକ୍ଷମ , ବୃଦ୍ଧ,ବୃଦ୍ଧା,ଅନାଥ ଶିଶୁ ମାନଙ୍କ ସମେତ ଆର୍ଥକ ଦୃଷ୍ଟି କୋଣରୁ ଅନଗ୍ରସରଙ୍କୁ ଶୀତବସ୍ତ୍ର, କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସମ୍ପାଦକ ତଥା ଯୁବ ସମାଜସେବୀ ଶ୍ରୀଯୁକ୍ତ ଆଶୁତୋଷ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ କବି ତଥା ସମାଜସେବୀ ଶ୍ରୀଯୁକ୍ତ ଭୁବନାନନ୍ଦ ତ୍ରିପାଠୀ ଯୋଗଦେଇ ବିନା କୌଣସି ସରକାରୀ, ବେସରକାରୀ ସହାୟତାରେ ଦୀର୍ଘ ୧୭ ବର୍ଷ ହେଲା ଅବହେଳିତ ,ନିଷ୍ପେସିତ,ଗରିବ ଲୋକଙ୍କ ପାଇଁ କାର୍ଯ୍ୟ କରୁଥିବା ଜଗବନ୍ଧୁ ଜରାଶ୍ରମ କୁ ଭୂୟସୀ ପ୍ରଶଂସା କରିଥିଲେ। ମୁଖ୍ୟବକ୍ତା ଭାବେ ଭୂତଳ ଜଳ ଯୋଗାଣ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଈଂ ଚିତ୍ତ ରଂଜନ ପଟ୍ଟନାୟକ ଯୋଗଦେଇ ଆଜିର ସମାଜରେ ସ୍ବେଛାସେବୀ ଅନୁଷ୍ଠାନ ମାନେ “ମାନବ ସେବା ହିଁ ମାଧବ ସେବା” କୁ ଜୀବନର ବ୍ରତ ଭାବେ ଗ୍ରହଣ କରି ଅସହାୟ, ନିସହାୟ ଓ ଭିନ୍ନକ୍ଷମ ମାନଙ୍କ ପାଇଁ କାର୍ଯ୍ୟ କଲେ ସେମାନେ ମୁଖ୍ୟ ସ୍ରୋତରେ ସାମିଲ ହୋଇ ପାରିବେ ବୋଲି ମତବ୍ୟକ୍ତ କରିବା ସହ “ଜରାଶ୍ରମ”କୁ ଉଚ୍ଚ ପ୍ରଶଂସା କରିଥିଲେ । ସମ୍ମାନିତ ଅତିଥି ଭାବେ ସମାଜସେବୀ ଡଃ ବିଜୟ ଜେନା,ଶ୍ରୀମତୀ ସଂଗୀତା ମାଝୀ,ଜଗନ୍ନାଥ ମନ୍ଦିର ସମ୍ପାଦକ ସୌଭାଗ୍ୟ କୁମାର ମହାପାତ୍ର,ବ୍ରଜବନ୍ଧୁ ନାୟକ,ଶିକ୍ଷୟିତ୍ରୀ ମିନାକ୍ଷୀ ନାୟକ,ଜିନ୍ଦଲ ଫାଉଣ୍ଡେସନ ତରଫରୁ ସୁବ୍ରତ କୁମାର ତ୍ରିପାଠୀ ଓ ସାଥୀ ମାନେ ଅଂଶ ଗ୍ରହଣ କରି କମ୍ବଳ ବଣ୍ଟନ କରିଥିଲେ । ଏହି କମ୍ବଳ ବଣ୍ଟନ କାର୍ଯ୍ୟକ୍ରମରେ ” ଜଗବନ୍ଧୁ ଜରଶ୍ରମ ” ର କର୍ମକର୍ତ୍ତା ମାନେ ସକ୍ରିୟ ଅଂଶ ଗ୍ରହଣ ଓ ସହଯୋଗ କରିଥିଲେ । ସୂଚନାଯୋଗ୍ୟ ଯେ, ଗତ ନଭେମ୍ବର ମାସ ୧ ତାରିଖ ଠାରୁ (ଆଗାମୀ ୩ମାସ ପର୍ଯ୍ୟନ୍ତ) ଓଡ଼ିଶା ର ବିଭିନ୍ନ ଜିଲ୍ଲା ସମେତ ଭୁବନେଶ୍ୱର ( ବି ଏମ୍ ସି ) ଅନ୍ତର୍ଗତ ସମସ୍ତ ବସ୍ତି ,ରେଳ ଷ୍ଟେସନ,ବସ ଷ୍ଟାଣ୍ଡ ରେ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ଚାଲିଛି । ଆପଣ ମାନଙ୍କ ନଜରରେ ଯଦି କୌଣସି ଅଭାବି ମଣିଷ ଥାଆନ୍ତି, ଆମ ସହିତ ଯୋଗାଯୋଗ କରନ୍ତୁ।

Leave a Reply

Your email address will not be published. Required fields are marked *