କୋଲକାତା ନାଇଟ୍ ରାଇଡର୍ସର ଅଧିନାୟକ ପଦକୁ ଫେରିଲେ ଶ୍ରେୟସ ଆୟର। ଆହତ କାରଣରୁ ୨୦୨୩ ଆଇପିଏଲ ଖେଳି ପାରି ନଥିବା ଶ୍ରେୟସ ଆୟର ୨୦୨୪ରେ କୋଲକାତା ନାଇଟ ରାଇଡର୍ସ ପକ୍ଷରୁ ଅଧିନାୟକ ଭାବେ ଖେଳିବେ। ଇଣ୍ଡିଆନ ପ୍ରିମିୟର ଲିଗ୍ ୨୦୨୪କୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ କୋଲକାତା ପକ୍ଷରୁ ଆଜି ଅଧିନାୟକ ନାମ ଘୋଷଣା କରାଯାଇଛି । ୨୦୨୪ ସିଜିନ୍ ପାଇଁ ନିଲାମ ୧୯ ଡିସେମ୍ବରରେ ଦୁବାଇରେ ଅନୁଷ୍ଠିତ ହେବ। ତେବେ ଆଇପିଏଲ ପୂର୍ବରୁ କୋଲକାତା ନାଇଟ୍ ରାଇଡର୍ସ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଦଳ ଶ୍ରେୟସ ଆୟରଙ୍କୁ ପୁଣିଥରେ ଅଧିନାୟକ ଦାୟିତ୍ୱ ଦେଇଛି। ଆହତ କାରଣରୁ ଆୟର ଗତ ସିଜିନ୍ରେ ଖେଳିପାରିନଥିଲେ। ତାଙ୍କ ଅନୁପସ୍ଥିତିରେ ନୀତୀଶ ରାଣାଙ୍କୁ ଅଧିନାୟକ କରାଯାଇଥିଲା।ଶ୍ରେୟସ ଆୟରଙ୍କ ଅନୁପସ୍ଥିତିରେ ୨୦୨୩ ଆଇପିଏଲରେ ଦଳର କମାଣ ସମ୍ଭାଳିଥିବା ନୀତୀଶ ରାଣା ଉପ ଅଧିନାୟକ ଭୂମିକାରେ ରହିବେ। ଶ୍ରେୟସ ଆୟର ଆହତ ପରେ ଏସିଆ କପରେ ସେ କମବ୍ୟାକ କରିଥିଲେ। ଏହାପରେ ସେ ଚମତ୍କାର ଫର୍ମ ଦେଇ ଗତି କରୁଛନ୍ତି। କେକେଆର ପକ୍ଷରୁ ସୋସିଆଲ ମିଡିଆ ମାଧ୍ୟମରେ ପ୍ରଶଂସକଙ୍କକୁ ଏହି ସୂଚନା ଦିଆଯାଇଛି। ୨୦୨୩ ଆଇପିଏଲରେ କେକେଆର ୭ମ ସ୍ଥାନରେ ରହି ନିଜର ଅଭିଯାନ ଶେଷ କରିଥିଲା। ଦଳ ୧୪ଟି ମ୍ୟାଚ୍ରୁ ୬ଟିରେ ଜିତିଥିବା ବେଳେ ୮ଟିରେ ପରାସ୍ତ ହୋଇଥିଲା। ୨୦୨୪ରେ କେକେଆର ଟପ୍ ୪ରେ ରହିବାକୁ ଲକ୍ଷ୍ୟ ରଖିଛି।