ଭାରତ ହେବ ବିଶ୍ୱର ଚତୁର୍ଥ ସଫଳ ଦେଶ: ଇତିହାସରେ ନୂଆ ଅଧ୍ୟାୟ ଯୋଡିହେବ

ମହାକାଶ ଇତିହାସରେ ଭାରତ ଆଉ ଏକ ସଫଳ ଅଧ୍ୟାୟ ଯୋଡିବାକୁ ଯାଉଛି । ଚନ୍ଦ୍ରଯାନ-୨ ଉତ୍‌କ୍ଷେପଣ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ସୋମବାର ଅପରାହ୍ନ ୨ଟା ୪୩ ମିନିଟରେ ଚନ୍ଦ୍ରଯାନ-୨ ଉତ୍‌କ୍ଷେପଣ ହେବ ବୋଲି ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ପକ୍ଷରୁ କୁହାଯାଇଛି । ଏନେଇ ଚନ୍ଦ୍ରଯାନ-୨ ଅଭିଯାନର ପ୍ରାକ୍‌ ଉତ୍‌କ୍ଷେପଣ ଅଭ୍ୟାସ ଶେଷ ହୋଇଛି ବୋଲି ଇସ୍ରୋ କହିଛି । ସୂଚନାଯୋଗ୍ୟ, ବୈଷୟିକ ତ୍ରୁଟି ଯୋଗୁଁ ଗତ  ୧୫ ତାରିଖରେ ଉତକ୍ଷେପଣ ହେବାକୁ ଥିବା ଚନ୍ଦ୍ରଯାନ-୨କୁ ଶେଷ ମୁହୂର୍ତ୍ତରେ ସ୍ଥଗିତ ରଖାଯାଇଥିଲା। ସୋମବାର ଉତ୍‌କ୍ଷେପଣ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଛି। ଇସ୍ରୋର ନିର୍ଦ୍ଦେଶକ କହିଛନ୍ତି, ୧୫ ଜୁଲାଇରେ ଲଞ୍ଚ ସମୟରେ ହୋଇଥିବା ଯାନ୍ତ୍ରିକ ତ୍ରୁଟିକୁ ଦୂର କରାଯାଇଛି । ଗତ ଶନିବାର ଦିନ ଇସ୍ରୋ ପକ୍ଷରୁ ଚନ୍ଦ୍ରଯାନ-2 ଲଞ୍ଚ ଅଭ୍ୟାସ ଶେଷ ହୋଇଛି। ପୂର୍ବରୁ କେବଳ ଆମେରିାକ, ଋଷିଆ ଓ ଚାଇନା ଚନ୍ଦ୍ରଯାନ-2 ର ସଫଳ ଉତ୍‌କ୍ଷେପଣ କରିପାରିଛନ୍ତି।

Leave a Reply

Your email address will not be published. Required fields are marked *