ଓଡ଼ିଶାରେ ବିଚିତ୍ର ଆଇନ ବ୍ୟବସ୍ଥା, ଦୋଷ ନକରି ଜେଲ ଦଣ୍ଡ ଭୋଗିଲେ ବାପ ପୁଅ

ବେପରୁଆ ହୋଇପଡିଛନ୍ତି ପୋଲିସ ଅଧିକାରୀ। ନିଜ ଉପରେ ଦୋଷ ଢାଙ୍କିବା ପାଇଁ ଆଇନର ପ୍ରତିନିଧୀ ସାଜିଥିବା ଅଧିକାରୀ କିଛି ବି କରିବାକୁ ପଛାଉନାହାଁନ୍ତି। ଏଭଳି ଏକ ଘଟଣା ସମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ବେଥିତ କରିବ। ମୟୂରଭଞ୍ଜ ଜିଲା ବାଦାମପାହାଡ ଥାନା ପୋଲିସ ୩ ମାସ ତଳେ ମୃତ ଘୋଷଣା କରିଥିବା ରାଇମଣି ନାଏକ ନାମ୍ନୀ ଜଣେ ମହିଳାଙ୍କୁ ଜୀବନ୍ତ ଅବସ୍ଥାରେ ଶନିବାର କୋର୍ଟରେ ହାଜର କରିଛି। ତାଙ୍କ ବୟାନ ରେକର୍ଡ ପରେ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଇମଣିଙ୍କୁ ହତ୍ୟା କରିଥିବା ଅଭିଯୋଗରେ ପୋଲିସ ଦ୍ୱାରା ଗିରଫ ହୋଇଥିବା ସ୍ୱାମୀ ସଞ୍ଜୟ ନାଏକ ଏବଂ ଶ୍ୱଶୁର ମଙ୍ଗଳ ନାଏକଙ୍କୁ ରବିବାର ରାଇରଙ୍ଗପୁର ଜେଲରୁ ଖଲାସ କରାଯାଇଛି। ତେବେ ବିନା ଦୋଷରେ ଦୀର୍ଘ ଅଢ଼େଇମାସରୁ ଊର୍ଦ୍ଧ୍ୱ ସମୟ ଧରି ବାପପୁଅଙ୍କୁ ଜେଲଦଣ୍ଡ ଦିଆଯିବାରେ ପୋଲିସକୁ ସମ୍ପୂର୍ଣ୍ଣ ମାତ୍ରାରେ ଦାୟୀ କରିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ। ଏହି ଘଟଣା ପୋଲିସର ଦାୟିତ୍ୱହୀନ ତଦନ୍ତ ଏବଂ ତ୍ରୁଟିପୂର୍ଣ୍ଣ ଆଇନ ବ୍ୟବସ୍ଥା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।

କଥାରେ ଅଛି ଶହେ ଦୋଷୀ ପଛେ ଖସି ଯାଅନ୍ତୁ ହେଲେ ଜଣେ ନିର୍ଦୋଷ କେବେ ଦଣ୍ଡ ନପାଉ। ହେଲେ ଏହା ବାସ୍ତବରେ ଓଲଟା। ବିଚିତ୍ର ଆମ ଆଇନ ବ୍ୟବସ୍ଥା। ବିନା ଦୋଷରେ ଜେଲ ଯିବାକୁ ପଡୁଛି। ଦୋଷ କରି ଅନେକ ଖସି ଯାଉଛନ୍ତି।

Leave a Reply

Your email address will not be published. Required fields are marked *